ନୂଆଦିଲ୍ଲୀ,୧୦।୬: ଗତକାଲି ଅର୍ଥାତ୍ ରବିବାର କେରଳର ନୂତନ ନିର୍ବାଚିତ ଭାଜପା ଏମପି ସୁରେଶ ଗୋପୀ ଟୁଇଟ କରି କହିଛନ୍ତି ଯେ ମୋଦି ସରକାରଙ୍କ ମନ୍ତ୍ରୀ ପରିଷଦରୁ ମୁଁ ଇସ୍ତଫା ଦେବାକୁ ଯାଉଛି ବୋଲି କିଛି ମିଡିଆ ପ୍ଲାଟଫର୍ମ ଭୁଲ ଖବର ପ୍ରଚାର କରୁଛି। ଏହା ସମ୍ପୂର୍ଣ୍ଣ ଭୁଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ନେତୃତ୍ୱରେ ଆମେ କେରଳର ବିକାଶ ଏବଂ ସମୃଦ୍ଧତା ପାଇଁ ପ୍ରତିବଦ୍ଧ।
ସୂଚନାଯୋଗ୍ୟ, ରବିବାର ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳର ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ହେଲେ ସୋମବାର ଖବର ପ୍ରଚାରିତ ହୋଇଥିଲା କି ସୁରେଶ ଗୋପୀ ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି। ଯାହାକୁ ନେଇ ସେ ଏବେ କହିଛନ୍ତି ଯେ ଏସବୁ ମିଥ୍ୟା ଖବର।