Categories: ଜାତୀୟ

‘ବାଇଡେନଙ୍କ ସହ ବୈଠକ ପରେ ମୋଦିଙ୍କୁ ପ୍ରଶ୍ନ କରିବାକୁ ମିଡିଆକୁ ଦିଆଗଲା ନାହିଁ ଅନୁମତି’, ଜୟରାମ ରମେଶଙ୍କ ଅଭିଯୋଗ

ନୂଆଦିଲ୍ଲୀ,୯।୯: କଂଗ୍ରେସ ମହାସଚିବ ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକ ପରେ ଦୁଇ ନେତାଙ୍କୁ ପ୍ରଶ୍ନ ପଚାରିବାକୁ ବୈଦେଶିକ ଗଣମାଧ୍ୟମକୁ ଅନୁମତି ଦିଆଯାଇ ନାହିଁ। ଜୋ ବାଇଡେନଙ୍କ ଦଳରୁ ଉଦ୍ଧୃତ କରି ସେ ଏହି ଦାବି କରିଛନ୍ତି ଏବଂ କହିଛନ୍ତି ଯେ ବର୍ତ୍ତମାନ ସେପ୍ଟେମ୍ବର ୧୧ରେ ଜୋ ବାଇଡେନ ଭିଏତନାମରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବେ। ଜୟରାମ ରମେଶ ଏହା ମଧ୍ୟ କହିଛନ୍ତି ଯେ ଏଥିରେ ଆଶ୍ଚର୍ଯ୍ୟଜନକ କିଛି ନାହିଁ କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଗଣତନ୍ତ୍ର ଏହିପରି କାର୍ଯ୍ୟ କରେ।
ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଜୋ ବାଇଡେନଙ୍କ ପାଇଁ ଏକ ସ୍ବତନ୍ତ୍ର ରାତ୍ରୀ ଭୋଜନ କରାଯାଇଥିଲା। ଏହି ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହାକୁ ନେଇ ଜୟରାମ ରମେଶ ଏକ୍ସରେ ପୋଷ୍ଟ କରିଛନ୍ତି ରାଷ୍ଟ୍ରପତି ବାଇଡେନଙ୍କ ଟିମ ଅନେକ ଥର ଅନୁରୋଧ କରିବା ପରେ ବି ଖବରଦାତାଙ୍କୁ ଭାରତ ଦ୍ୱିପାକ୍ଷିକ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙକୁ ପ୍ରଶ୍ନ ପଚାରିବାକୁ ଅନୁମତି ଦିଆଯାଇ ନ ଥିଲା। ରଷ୍ଟ୍ରେପତି ସେପ୍ଟେମ୍ବର ୧୧ରେ ଭିଏତନାମରେ ତାଙ୍କ ସ ଆସିଥିବା ମିଡିଆର ପ୍ରଶ୍ନର ଉତ୍ତର ଦେବେ। ଏଥିରେ ଆଶ୍ଚର୍ଯ୍ୟଜନକ କିଛି ନାହିଁ। ମୋଦିଙ୍କ ଶୈଳୀରେ ଗଣତନ୍ତ୍ର ଏହିପରି କାମ କରେ।

 

Share