ଟାର୍ଗେଟ୍‌ରେ ଗଣମାଧ୍ୟମ ପ୍ରତିନିଧି

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୭: ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଉପରେ ଦିନକୁ ଦିନ ନିର୍ଯାତନା ବଢ଼ିଚାଲିଛି। ଗତ ୨୩ ବର୍ଷ ମଧ୍ୟରେ ପୃଥିବୀର ବିଭିନ୍ନ ଦେଶରେ ୧୯୨୮ ଗଣମାଧ୍ୟମ ପ୍ରତିନିଧିଙ୍କୁ କରାଯାଇଛି ହତ୍ୟା କରାଯାଇଛି। ଏହି ସମୟରେ ଭାରତରେ ୭୪ ଜଣଙ୍କୁ ହତ୍ୟା କରାଯାଇଛି। ପ୍ରତିମାସରେ ଲାଟିନ୍‌ ଆମେରିକାରେ ୧୨ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଉଛି। କମିଟି ଟୁ ପ୍ରୋଟେକ୍ଟ ଜର୍ନାଲିଷ୍ଟ୍‌ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ୩୫୫ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଛି। ଭାରତରେ ଗତ ୫ ବର୍ଷରେ ୨୦ ଜଣଙ୍କୁ ହତ୍ୟା କରାଯାଇଛି। ୨୦୧୮ରେ ପୃଥିବୀର ବିଭିନ୍ନ ଦେଶରେ ୨୪୮ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ବନ୍ଦୀ କରାଯାଇଛି। ୨୦୧୪ରୁ ୨୦୧୯ ମଧ୍ୟରେ ଭାରତରେ ୧୧ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗିରଫ କରାଯାଇଛି। ୨୦୦୯ରୁ ୨୦୧୩ ମଧ୍ୟରେ ଭାରତରେ ୨୨ ଜଣଙ୍କୁ ହତ୍ୟା କରାଯାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ୨୦୨୦ ଜାନୁୟାରୀରୁ ଜୁଲାଇ ମଧ୍ୟରେ ପୃଥିବୀର ବିଭିନ୍ନ ଦେଶରେ ୬୪ ଜଣ ଗଣମାଧ୍ୟମ ପ୍ରତିନିଧି ନିଖୋଜ ଅଛନ୍ତି।

Share