Categories: ଜାତୀୟ

ବାଣିଜି୍ୟକ ବିବାଦ ତୁଟାଇବ ମଧ୍ୟସ୍ଥତା: ସିଜେଆଇ

ନୂଆଦିଲ୍ଲୀ,୬ା୭: ବାଣିଜି୍ୟକ ବିବାଦ ତୁଟାଇବା ଲାଗି ମଧ୍ୟସ୍ଥତା ପ୍ରମୁଖ ପନ୍ଥା ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା କହିଛନ୍ତି। ଲଣ୍ଡନରେ ଅନୁଷ୍ଠିତ ଭାରତ-ବ୍ରିଟେନ୍‌ ବାଣିଜି୍ୟକ ବିବାଦରେ ମଧ୍ୟସ୍ଥତା ସମ୍ପର୍କିତ ଏକ କନ୍‌ଫରେନ୍ସରେ ଭାଗନେଇ ମଙ୍ଗଳବାର ସିଜେଆଇ ରମନା ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ବାଣିଜି୍ୟକ ଅଦାଲତ ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି। ବାଣିଜି୍ୟକ ବିବାଦର ସମାଧାନ ପାଇଁ ନ୍ୟାୟାଳୟ ମଧ୍ୟସ୍ଥତା କରିବା ସହ କୋର୍ଟର ଏହି ହସ୍ତକ୍ଷେପର ତଦାରଖ କରାଯିବା ଆବଶ୍ୟବ ବୋଲି ସେ କହିଛନ୍ତି। ଏ ଦିଗରେ ସହାୟତା ଏବଂ ହସ୍ତକ୍ଷେପ ନେଇ କୋର୍ଟ ଏକ ସୀମାରେଖା ଭିତରେ ରହିବା ଦରକାର।
ବର୍ତ୍ତମାନ ସମୟରେ ଭାରାତୀୟମାନଙ୍କ ପାଇଁ ନ୍ୟାୟାଳୟ ମଧ୍ୟସ୍ଥତାର ଏକ ଉତ୍ତମ ମାଧ୍ୟମ ପାଲଟିଛି। ଦୃଢ଼ ମଧ୍ୟସ୍ଥତା ଦ୍ୱାରା ଦେଶ ନିବେଶକମାନଙ୍କ ବିଶ୍ୱାସଭାଜନ ହୋଇପାରିବ। ବର୍ତ୍ତମାନ ସମୟରେ ଭାରତର ଅର୍ଥନୀତି ବିକାଶ ଦିଗରେ ଅଗ୍ରସର। ନିବେଶକଙ୍କ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତକୁ ବ୍ୟବସାୟ, ନିବେଶ, ଏବଂ ବୈଦେଶିକ ସମ୍ପର୍କ ସ୍ଥାପନ ଦିଗରେ ଅଧିକ କାର୍ଯ୍ୟ କରିବାକୁ ପଡ଼ିବ। ଭାରତ ଓ ବ୍ରିଟେନର ନ୍ୟାୟିକ ବ୍ୟବସ୍ଥା ନିୟମ ଓ ଆଇନକୁ ସମାନ୍ତରାଳ ଭାବେ ବହନ କରୁଥିବା ସିଜେଆଇ ରମନା କହିଛନ୍ତି।

Share