ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ସିଟ ଆଲର୍ଟମେଣ୍ଟ

ଭୁବନେଶ୍ୱର,୫।୩(ବ୍ୟୁରୋ): ରାଜ୍ୟରେ ମେଡିକାଲ ନାମଲେଖା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା ପକ୍ଷରୁ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ସିଟ ଆଲର୍ଟମେଣ୍ଟ ପ୍ରକାଶ ପାଇବ । ସେହି ଆଧାରରେ ଛାତ୍ରୀଛାତ୍ରଙ୍କୁ ସିଟ ଦିଆଯିବ । ଏହାପରେ ଆସନ୍ତା ୮ରୁ ୧୧ ତାରିଖ ଭିତରେ ସିଟ ପାଇଥିବା ଛାତ୍ରଛାତ୍ରୀ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ରିପୋର୍ଟିଂ କରି ନାମ ଲେଖାଇବେ । ଯେଉଁମାନେ ଚାହିଁବେ ୬ରୁ ୧୨ ତାରିଖର ମଧ୍ୟରେ ନାମଲେଖା ପ୍ରକ୍ରିୟାରୁ ଓହରିପାରିବେ । ଏହି ପର୍ଯ୍ୟାୟ ନାମଲେଖା ସରିବା ପରେ ଯଦି ସିଟ ବଳକା ରୁହେ ତେବେ ସ୍ପଟ କାଉନ୍‌ସେଲିଂ ପାଇଁ ସମୟସୂଚୀ ପ୍ରକାଶ ପାଇବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

Share