Categories: ଜାତୀୟ

କୋଚିଂ ନେବାକୁ ଆସି ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩ା୮: ମେଡିକାଲ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଥିବା ଉତ୍ତରପ୍ରଦେଶର ଜଣେ ଛାତ୍ର ରାଜସ୍ଥାନର କୋଟାରେ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ କୋଟାରେ ଏହା ୧୯ତମ ଛାତ୍ରଙ୍କ ଆତ୍ମହତ୍ୟା ବୋଲି ଜଣାପଡିଛି। ୧୮ ବର୍ଷୀୟ ମନଜୋତ୍‌ ସିଂ ଏପ୍ରିଲରେ କୋଟାସ୍ଥିତ ଏକ କୋଚିଂ ସେଣ୍ଟରରେ ନାମ ଲେଖାଇଥିଲେ। ଗୁରୁବାର ହଷ୍ଟେଲ ପ୍ରକୋଷ୍ଠରୁ ତାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ଗତ ମାସରେ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣେ ୧୭ ବର୍ଷୀୟ ଛାତ୍ରୀ ଜୀବନ ହାରିଥିଲେ।

କୋଚିଂ ସେଣ୍ଟର ପାଇଁ କୋଟା ପ୍ରସିଦ୍ଧ ଥିବାବେଳେ ଏବେ ଛାତ୍ର ଆତ୍ମହତ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସେଠାରେ ଥିବା କୋଚିଂ ସେଣ୍ଟରଗୁଡ଼ିକରେ ଚଳିତ ବର୍ଷ ୨.୨୫ ଲକ୍ଷରୁ ଊର୍ଦ୍ଧ୍ୱ ପିଲା କୋଚିଂ ନେଉଛନ୍ତି।

Share