ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୭ା୧୧: ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ପଟିଆ ସ୍ଥିତ ଏକ ହଷ୍ଟେଲରୁ ପୋଲିସ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ରୀ ହେଉଛନ୍ତି କଲ୍ୟାଣୀ ସାହୁ, ତାଙ୍କ ଘର କଟକ ସାଲେପୁର ଅଞ୍ଚଳରେ ଅଟେ।

ରିପୋର୍ଟ ଅନୁଯାୟୀ କଲ୍ୟାଣୀ ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ରୀ। ଏଲେନ ଭୁବନେଶ୍ୱର ଚନ୍ଦ୍ରଶେଖରପୁତ୍ର ବ୍ରାଞ୍ଚରେ ସେ କୋଚିଂ ନେଉଥିଲେ। ତେବେ ପଟିଆସ୍ଥିତ ହଷ୍ଟେଲରେ ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ମୃତ୍ୟୁ ପଛର କାରଣ ଜଣ ପଡି ନଥିବା ବେଳେ ଗତ କିଛିଦିନ ହେବ ସେ ମାନସିକ ଅବସାଦରେ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ ପାଳି କରି ଝାଡୁ ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି କର୍ତ୍ତୃପକ୍ଷ, ଅଭିଭାବକ ମହଲରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବାବେଳେ ଏବେ ଏକ ଅଜବ ନୀତି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି...

ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ହେବ ଗାଁ…

ଭୁବନେଶ୍ୱର,୭।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ। ରାଜ୍ୟର ସବୁ ବ୍ଲକରେ ହେବ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ଏହି ମାସରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ…

ଭୁବନେଶ୍ୱର,୭।୧୧: ରାଜ୍ୟରେ ପିଡିଏସ୍‌ ହିତାଧିକାରୀଙ୍କୁ ଗହମ ମିଳିବା ବନ୍ଦ ରହିଥିଲା। ହେଲେ ଆସନ୍ତା ବର୍ଷରୁ ସେମାନଙ୍କୁ ଚାଉଳ ସହ ଗହମ ମିଳିବ । ଜାନୁଆରୀ ପ୍ରଥମ...

ପିଡିଓଏସ୍‌ ଚାଉଳ ବଦଳରେ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୋଗାଣ ସହାୟକ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି…

ଲୋଇସିଂହା,୭ା୧୧: ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାକୁ...

ଶୁଣିଲାନି ପ୍ରଶାସନ: ୩ କିମି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଶହଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା...

ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା: ଆଉ ଜଣେ ସେବାୟତଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ ୬ା୧୧(ଅଜିତ କୁମାର ମହାନ୍ତି)-ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ପନ୍ତିବଡୁ ସେବକ ଅମିତ୍ରାଂଶୁ ସାମନ୍ତରାୟ ଓରଫ ଜୁଜିକୁଙ୍କୁ ମହାପ୍ରଭୁଙ୍କ...

ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ସଂରକ୍ଷଣ ଓ ନିୟମିତ ମାମଲା: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୭ା୧୧ (କାର୍ତ୍ତିକ ସାହୁ): କମ୍ପ୍ୟୁଟର ପ୍ରୋଗ୍ରାମର ବା ଡାଟା ଏଣ୍ଟ୍ରି ଅପରେଟରଙ୍କ ଲାଗି ୩୦% ସଂରକ୍ଷଣ ଓ ଚାକିରି ନିୟମିତ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତିି।...

ଡିସେମ୍ବର ୧୫ରେ ଓସିଏସ୍‌ ପ୍ରିଲିମ୍‌

ଭୁବନେଶ୍ୱର,୭ା୧୧(ଅନୁରାଧା ମହାରଣା): ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ଓସିଏସ୍‌) ପରୀକ୍ଷା-୨୦୨୩ର ପ୍ରିଲିମ ପାଇଁ ତାରିଖ ଘୋଷଣା ହୋଇଛି। ଡିସେମ୍ବର ୧୫ରେ ଓସିଏସ୍‌ ପ୍ରିଲିମ ପରୀକ୍ଷା ଅନୁଷ୍ଠିତ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri