ଭୋପାଳ,୨୫ ।୨: ଭୋପାଳରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନକୁ ମେଡିକାଲ ଏମରଜେନ୍ସି କାରଣରୁ ଭୋପାଳ ଡାଇଭର୍ଟ କରିବାକୁ ପଡିଛି । ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ବିମାନର ଜରୁରୀ ଅବତରଣ କରାଯାଇଛି । ଲ୍ୟାଣ୍ଡିଂ ପରେ ଯାତ୍ରୀ ଜଣଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏୟାର ଲାଇନ୍ସ ପକ୍ଷରୁ ଶୁକ୍ରବାର ଏକ ବୟାନ ଜାରି କରାଯାଇ ଏହି ସୂଚନା ଦିଆଯାଇଛି ।
ବୟାନରେ କୁହାଯାଇଛି, କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ ୬ଇ ୨୪୦୭କୁ ମେଡିକାଲ ଏମରଜେନ୍ସି କାରଣରୁ ଭୋପାଳ ଡାଇଭର୍ଟ କରି ଦିଆଯାଇଛି । ଅନ୍ୟ ଯାତ୍ରୀଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ।