Categories: ଜାତୀୟ

‘ ଭଗବାନଙ୍କ ଭରସାରେ ଉତ୍ତର ପ୍ରଦେଶର ସ୍ବାସ୍ଥ୍ୟସେବା ’

ପ୍ରୟାଗରାଜ, ୧୮।୫ : ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ବାସ୍ଥ୍ୟ ସେବା ଭଗବାନ ରାମଙ୍କ ଭରସାରେ। କୋଭିଡ୍‌ କେୟାର ଉପରେ ଦାଖଲ ହୋଇଥିବା ଏକ ଯାଚିକାର ଶୁଣାଣି କରି ଆଲାବାଦ୍‌ ହାଇକୋର୍ଟ ଏଭଳି କହିଛନ୍ତି।

ହସ୍ପିଟାଲରେ ଭର୍ତ୍ତି ହେଲା ପରେ ରୋଗୀ ସମ୍ପୂର୍ଣ୍ଣ ରୂପେ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କ ଦାୟିତ୍ୱ। ଯଦି ସେମାନେ ଅତ୍ୟନ୍ତ ସାଧାରଣ ମନଭାବ ଆପଣାନ୍ତି, ତେବେ ଏହା ଗୁରୁତର ଅବହେଳା। ସେମାନେ ନିରିହ ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ରାଜ୍ୟର ମେଡିକାଲ ଭିତ୍ତିଭୂମୀର ସ୍ତର ସମ୍ପୂର୍ଣ୍ଣ ଦୁର୍ବଳ ଥିବା ଗତ କିଛି ମାସରେ ହୃଦୟଗମ କରିଛୁ ବୋଲି ଜଷ୍ଟିସ ସିଦ୍ଧାର୍ଥ ବର୍ମା ଓ ଜଷ୍ଟିସ ଅଜିତ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ରାଜ୍ୟର ମୁଖ୍ୟ ସଚିବ (ମେଡିକାଲ ଓ ସ୍ବାସ୍ଥ୍ୟ)ଙ୍କୁ ଏ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।

Share