କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାରେ ଅବହେଳା: ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଗଞ୍ଜାମ,୧।୮(ଡି.ଏନ୍‌.ଏ.): ଗଞ୍ଜାମ ସହରର ଯୁବ ବ୍ୟବସାୟୀ ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ପାତ୍ର (ନାହାଣ)ଙ୍କ କରୋନାରେ ମୃତ୍ୟୁ ଘଟିଛି। କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗତ ସପ୍ତାହ ତଳେ କରୋନା ଆକ୍ରାନ୍ତ ହୋଇ ଟାଟା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇ ଥିବା ବେଳେ, ଅବହେଳା ଯୋଗୁ ପରିବାର ଲୋକେ ଭୁବନେଶ୍ୱର ନେଇ ଚିକିତ୍ସା କରିବା ପାଇଁ କହିଥିଲେ। ମାତ୍ର ମେଡିକେଲ କର୍ତ୍ତୃପକ୍ଷ ଛାଡ଼ି ନ ଥିଲେ ।
ଶନିବାର ସକାଳେ ହଠାତ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ତାଙ୍କ ମୃତ୍ୟୁକୁ ସହଜରେ କେହି ବିଶ୍ୱାସ କରିପାରୁ ନ ଥିବା ବେଳେ ଚିକିତ୍ସା ଅବହେଳାକୁ ଦାୟୀ କରାଯାଇଛି।

Share