ଛତ୍ରପୁର,୩।୩(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଚିକିତ୍ସା ଲାଗି ଜଣେ ଝିଅର ମୃତ୍ୟୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ହେବାପରେ ଜାନୁଆରୀ ୨୮ ତାରିଖରେ ଏଡିଏମଓ ଏହାର ତଦନ୍ତ କରିଥିଲେ । ଏପରିକି ଏସମ୍ପର୍କରେ ଫେବୃଆରୀ ୩ ତାରିଖରେ ମୃତ ଝିଇର ମା’ ତଥା ସୋରଡା ବ୍ଲକ ବରାଡି ଗାଁର ଆଶାଲତା ପଣ୍ଡା ନ୍ୟାୟ ପ୍ରଦାନ ସହ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଜିଲାପାଳଙ୍କ ନିକଟରେ ନିବେଦନ କରିଥିଲେ। ଏହି ଘଟଣାକୁ ମାସେରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହାର ତଦନ୍ତ ରିପୋର୍ଟ ମୁଁ ପାଇ ନ ଥିବା ଆଶାଲତା କହିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇନି। ସୋମବାର ସେ ଛତ୍ରପୁର ଆସି ଅତିିରିକ୍ତ ଜିଲାପାଳଙ୍କୁ ଭେଟି ତଦନ୍ତ ରିପୋର୍ଟ ପ୍ରଦାନ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।