‘ରାଧେ’ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ମେଡିକାଲ ଷ୍ଟାଫ୍‌, ଭିଡିଓ ଭାଇରାଲ

ମୁମ୍ବାଇ: କରୋନା ସମୟରେ ଡାକ୍ତର ଏବଂ ମେଡିକାଲ ଷ୍ଟାଫ୍‌ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଦିନରାତି ଏକ କରି ଦେଇଛନ୍ତି। ଏହି ସମୟରେ ମେଡିକାଲ ଷ୍ଟାଫ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଆପଣଙ୍କ ମନରେ ସକାରାତ୍ମକ ଭାବନା ସୃଷ୍ଟି କରିବ।

ସଲମାନ ଖାନ୍‌ ଏବଂ ଦିଶା ପଟାନୀଙ୍କ ଫିଲ୍ମ ‘ରାଧେ ୟୋର ମୋଷ୍ଟ୍‌ ଓ୍ବାଣ୍ଟେଡ୍‌ ଭାଇ’ ୧୩ ମେ’ରେ ରିଲିଜ ହୋଇସାରିଛି। ଫିଲ୍ମଟି ୟୁଏଇର ପ୍ରେକ୍ଷାଳୟ ସମେତ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ରିଲିଜ ହୋଇଛି। ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଥମେ ଫିଲ୍ମର ଗୀତକୁ ନେଇ ବହୁତ ଗୁଜବ ସୃଷ୍ଟି ହୋଇଥିଲା। ଫିଲ୍ମର ଏକ ଗୀତ ସିଟି ମାର୍‌ ବହୁତ ଲୋକପ୍ରିୟ ହୋଇଛି। ଏବେ ଏହି ଗୀତରେ ମେଡିକାଲ ଷ୍ଟାଫ୍‌ମାନେ ଡ୍ୟାନ୍ସ କରି କରୋନା ସମୟରେ ସକାରାତ୍ମକ ଭାବନା ଜାଗ୍ରତ କରୁଛନ୍ତି। ଏହି ଭିଡିଓ ବର୍ତ୍ତମାନ ଖୁବ୍‌ ଭାଇରାଲ ହେଉଛି।

ଦିଶା ପଟାନୀଙ୍କ ଫ୍ୟାନ୍‌ପେଜ୍‌ରେ ଏହି ଭିଡିଓ ଶେୟାର କରାଯାଇଛି। ସିଟି ମାର ଗୀତରେ ଝୁମୁଛନ୍ତି ମେଡିକାଲ ଷ୍ଟାଫ୍‌। ଭିଡିଓ ଦେଖି ଦିଶା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ଏହାର ସ୍କ୍ରିନ୍‌ଶଟ୍‌ ଶେୟାର କରି ଲେଖିଛନ୍ତି, wow! ଆମର ଅସଲ ହିରୋମାନେ। ଭିଡିଓରେ ମେଡିକାଲ ଷ୍ଟାଫମାନେ ସିଟି ମାର୍‌ ଗୀତରେ ଗ୍ରୁପ୍‌ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ସମସ୍ତ ଷ୍ଟାଫ୍‌ ୟୁନିଫର୍ମ ପିନ୍ଧିଥିବା ବେଳେ ମାସ୍କ ପିନ୍ଧି ସଲମାନଙ୍କ ଦସ୍ତଖତ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି କରୋନା ରୋଗୀଙ୍କ ମଧ୍ୟରେ ସକାରାତ୍ମକ ଭାବନା ସୃଷ୍ଟି କରିବ। ଲୋକେ ମେଡିକାଲ ଷ୍ଟାଫ୍‌ଙ୍କ ଏପରି ଡ୍ୟାନ୍ସକୁ ପ୍ରଶଂସା କରୁଛନ୍ତି।

ସୂଚନାଯୋଗ୍ୟ, ଫିଲ୍ମ ‘ରାଧେ’ରେ ସଲମାନ ଖାନ୍‌, ଦିଶା ପଟାନୀ, ରଣଦୀପ ହୁଡ୍ଡା ଏବଂ ଜ୍ୟାକିଶ୍ରଫ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଗୌତମ ଗୁଲାଟି ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ଗୋଟିଏ ଦିନରେ ୨ କୋଟି ଟଙ୍କା ବ୍ୟବସାୟ କରିଛି।

Share