ଗର୍ଭାଶୟରୁ ବାହାରିଲା ଶିଶୁର କଟାମୁଣ୍ଡ

ଇସ୍‌ଲାମାବାଦ,୨୨ା୬: ପାକିସ୍ତାନ ସିନ୍ଧରୁ ଡାକ୍ତରଖାନା କର୍ମଚାରୀଙ୍କ ଅବହେଳାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛିି। ଥାରପରକାର ଜିଲା ରୁରାଲ ହେଲ୍‌ଥ ସେଣ୍ଟରରେ ଜଣେ ୩୨ ବର୍ଷୀୟା ମହିଳା ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ସ୍ତ୍ରୀ ରୋଗ ବିଶେଷଜ୍ଞ ନ ଥିବାରୁ ଡାକ୍ତରଖାନା କର୍ମଚାରୀ ତାଙ୍କର ପ୍ରସବ କରାଇଥିଲେ। ଏହି ସମୟରେ କର୍ମଚାରୀ ଶିଶୁଟିର ଗଳା କାଟି ଦେଇଥିବାବେଳେ କଟା ମୁଣ୍ଡଟି ଗର୍ଭାଶୟରେ ରହିଯାଇଥିଲା। ମହିଳା ଜଣଙ୍କ ଘରକୁ ଫେରିବା ପରେ ଯନ୍ତ୍ରଣା ହେବାରୁ ତାଙ୍କୁ ଲିଆକତ ମେଡିକାଲକୁ ନିଆଯାଇଥିଲା। ପରୀକ୍ଷାପରେ ମହିଳାଙ୍କ ପେଟରେ ମୃତ ଶିଶୁର ମୁଣ୍ଡ ଥିବା ଜଣାପଡ଼ିଥିଲା। ଡାକ୍ତର ପେଟରୁ କଟା ମୁଣ୍ଡଟିକୁ ବାହାର କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅସାବଧାନତା ପାଇଁ ଏପରି ଘଟିଥିବା କୁହାଯାଉଛି।

Share