Categories: ଜାତୀୟ

ଡାଇବେଟିସ ଚିକିତ୍ସାରେ ଔଷଧୀୟ ଉଦ୍ଭିଦ: ୨୧ ଉଦ୍ଭିଦ ଉପରେ ଗବେଷଣା…

ନୂଆଦିଲ୍ଲୀ,୨୭।୫ : ଔଷଧୀୟ ଉଦ୍ଭିଦ ସାହାଯ୍ୟରେଡାଇବେଟିସକୁ ମଧ୍ୟ ପରାସ୍ତ କରାଯାଇପାରେ। ୱାଲର୍‌ଡ ଜର୍ନାଲ ଅଫ ଡାଇବେଟିସ ରେ ପ୍ରକାଶିତ ଅଧ୍ୟୟନରେ ଜଡିତ ଜିପମରର ସିନିୟର ଡାକ୍ତରସୋମଦତ୍ତ ଗିରି କହିଛନ୍ତି ଏହି ଔଷଧୀୟ ଉଦ୍ଭିଦଗୁଡିକ ମାନବ ରକ୍ତରେ ଶର୍କରା ପରିମାଣ ହ୍ରାସ କରିବାର କ୍ଷମତା ରଖିଛନ୍ତି। ମୋଟ ୨୧ ଟି ଉଦ୍ଭିଦ ଉପରେ ଅନେକ ଗବେଷଣା କରାଯାଇଛି। ଏହା ପ୍ରମାଣିତ ହୋଇଛି ସେଗୁଡିକୁ ଡାଇବେଟିସ ଚିକିତ୍ସାରେ ବ୍ୟବହାର କରାଯାଇପାରିବ। ସେଥିରୁ ଔଷଧ ତିଆରି କରାଯାଇପାରେ ଯାହା ଏହି ସମସ୍ୟା ଭୋଗୁଥିବା ଲୋକଙ୍କୁ ସିଧାସଳଖ ଆରାମ ଦେଇପାରେ। କେନ୍ଦ୍ର ସରକାରଙ୍କ ଦୁଇଟି ବଡ ମେଡିକାଲ ପ୍ରତିଷ୍ଠାନ ମିଳିତ ଭାବେ ଦାବି କରିଛନ୍ତି ୯୫ ପ୍ରତିଶତ ଡାଇବେଟିସ ଔଷଧ ଉପରେ ଏପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇ ନାହିଁ।

ଯଦି ଏଗୁଡିକ ପ୍ରତି ଧ୍ୟାନ ଦିଆଯାଏ, ତେବେ ମଧୁମେହ ଚିକିତ୍ସାର ରାସ୍ତା ସହଜ ହୋଇପାରିବ। ପଣ୍ଡିଚେରୀର ଜବାହରଲାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଜିପମର) ଏବଂ ପଶ୍ଚିମବଙ୍ଗର କଲ୍ୟାଣୀରେ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଅନୁସନ୍ଧାନକାରୀମାନେ ପ୍ରାୟ ୪୦୦ ଔଷଧୀୟ ଉଦ୍ଭିଦ ଚିହ୍ନଟ କରିଛନ୍ତି ଯାହା ଡାଇବେଟିସ ଚିକିତ୍ସାରେ ବ୍ୟବହୃତ ହୋଇପାରିବ। ତେବେ ଏଥିପାଇଁ ଗବେଷଣା ଜରୁରୀ। କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ବିସ୍ତୃତ ଅଧ୍ୟୟନ ପରେ ବିଜିଆର-୩୪ ଔଷଧ ବିକଶିତ କରିଛି। ଯେଉଁଥିରେ ଦାରୁହରିଦ୍ରା . ଗୁଡମାରି, ମେଥୀ ଏବଂ ବିଜୟସାରରୁ ଉତ୍ପନ୍ନ ବିଭିନ୍ନ ପ୍ରଭାବଶାଳୀ ଫାଇଟୋ ଯୌଗିକ ରହିଛି। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଗିଲୋୟ ଏବଂ ମଞ୍ଜିଠା ମଧ୍ୟ ଏଥିରେ ମିଶ୍ରିତ କରାଯାଇଥିଲା। ନିକଟରେ, ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଆୟୁର୍ବେଦିକ ଔଷଧ ବିଜିଆର-୩୪ ଡାଇବେଟିସ ପାଇଁ ପ୍ରଭାବଶାଳୀ ହେବା ସହିତ ଏହାର ବ୍ୟବହାର ମେଟାବୋଲିକ ସିଷ୍ଟମରେ ମଧ୍ୟ ଉନ୍ନତି ଆଣିଥାଏ ବୋଲି ଉଲ୍ଲେଖ କରାଯାଇଛି।

ଏହି ଗବେଷଣାରୁ ଜଣାଯାଇଛି. ବର୍ତ୍ତମାନ ପର୍ଯ୍ୟନ୍ତ ବିଜୟସାର, ଜାମୁନ, ଜିରା, ଇସାବଗୋଲ, ରାଶି, ଦାରୁହରିଦ୍ରା, ଆଲଭେରା, ବେଲ, ମେଥି, ଅଦା, ନିମ, ଶାକରକନ୍ଦ,ଅଂଳା, ରସୁଣ, କଦଳୀ, ଗୁଡୁଚି, ଡାଳଚିନି, କୁଣ୍ଡୁକି ଏବଂ ପଣସରେ ଥିବା ଶର୍କରା କମ କରୁଥିବା ଉପାଦାନଗୁଡିକ ଚିହ୍ନଟ କରାଯାଇଛି ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଭାରତରେ ବର୍ତ୍ତମାନ ଟାଇପ ୨ ଡାଇବେଟିସ ଥିବା ପ୍ରାୟ ୮୦ ନିୟୁତ ଲୋକ ଅଛନ୍ତି। ଏକ ଆକଳନ ଅନୁଯାୟୀ, ୨୦୨୨ ମସିହା ସୁଦ୍ଧା ୭.୭ କୋଟିରୁ ଅଧିକ ଭାରତୀୟ ଡାଇବେଟିସରେ ଆକ୍ରାନ୍ତ ହୋଇଥିଲେ ଏବଂ ୨୦୪୫ ସୁଦ୍ଧା ଏହି ସଂଖ୍ୟା ୧୨.୪୦ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଟାଇପ ୨ ଡାଇବେଟିସ ଭାରତର ସମସ୍ତ ଡାଇବେଟିସ ଭୋଗୁଥିବା ଲୋକଙ୍କ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ଅଟେ।

Share