ନିରାମୟ ଯୋଜନାରେ ମିଳୁନି ଔଷଧ

କେନ୍ଦ୍ରାପଡ଼ା,୨୯ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଉପରେ ରାଜନଗର, ଆଳି, ରାଜକନିକା ବ୍ଲକର ରୋଗୀମାନେ ନିର୍ଭର କରୁଛନ୍ତି। ବିଭିନ୍ନ ଯୋଜନାରେ ସରକାର ଏବେ ଅନେକ ସୁବିଧା ମାଗଣା କରିଦେଇଥିବାରୁ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ସରକାର କହୁଛନ୍ତି, ରାଜ୍ୟରେ ନିରାମୟ ଯୋଜନା ଶତ ପ୍ରତିଶତ ସଫଳ ହୋଇଛି। ସବୁ ହସ୍ପିଟାଲରେ ମାଗଣାରେ ରୋଗୀଙ୍କୁ ଔଷଧ ଦିଆଯାଉଛି। ରୋଗୀ ଆଉ ବାହାରୁ ମେଡିସିନ୍‌ କିଣୁନାହାନ୍ତି। ହେଲେ ନିରାମୟ ଔଷଧ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାପରେ ମଧ୍ୟ ଆବଶ୍ୟକ ଓଷଧ ମିଳୁନାହିଁ। ଫଳରେ ରୋଗୀ ବାହାର ମେଡିସିନ ଦୋକାନରୁ କିଣିବାକୁ ବାଧ୍ୟ ହେଉଛନ୍ତି। ହେଲେ ରାଜ୍ୟ ସରକାରଙ୍କ ନିରାମୟ ଯୋଜନା ବାଟବଣା ହୋଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସାମାଜିକ କର୍ମୀ ଜ୍ୟୋତି ପ୍ରକାଶ ପ୍ରଧାନ କହିଛନ୍ତି, ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ପାଇଁ ୨୦୧୫ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ନିରାମୟ ଯୋଜନା। ଏଥିରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଗୋଟିଏ କାଉଣ୍ଟର ଖୋଲାଯାଇଛି। ହେଲେ ରୋଗୀଙ୍କ ସଂଖ୍ୟା ଅଧିକ ହେବା ଯୋଗୁ ଏହି କେନ୍ଦ୍ର ଆଗରେ ଲମ୍ବାଧାଡ଼ି ଲାଗୁଛି। ଧାଡ଼ିରେ ଠିଆ ହୋଇଥିବା ରୋଗୀମାନଙ୍କୁ ଅନେକ ଔଷଧ ମିଳୁନି। ଡାକ୍ତର ଲେଖୁଥିବା ସମସ୍ତ ଔଷଧ ଏଠାରେ ମିଳିବା କଷ୍ଟକର ହୋଇପଡୁଛି। ଚିକିତ୍ସାଳୟରେ ଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ବିଜୟ ନାୟକ କୁହନ୍ତି, ଔଷଧ ଚିଠା ଲେଖିବା ବେଳେ ଡାକ୍ତର ସାଦା କାଗଜରେ ବାହାର କମ୍ପାନୀ ଓଷଧ ଲେଖୁଛନ୍ତି। କହୁଛନ୍ତି ସବୁ ନିରାମୟରେ ମିଳୁନାହଁି। ଯେଉଁ ଔଷଧ ସବୁ ବାହାରୁ କିଣିବାକୁ ପଡ଼ୁଛି ତାହାର ଦାମ୍‌ ଯଥେଷ୍ଟ ଅଧିକ ରହୁଛି। ଡାକ୍ତରଙ୍କ ଡ୍ୟୁଟି ପରେ ଆଉ ଯେଉଁ ଡାକ୍ତର ଆସୁଛନ୍ତି ସେ ପୁଣି ଅଲଗା କମ୍ପାନୀର ଔଷଧ ଲେଖୁଛନ୍ତି। ଗରିବ ରୋଗୀଙ୍କ ପାଇଁ ଅଧିକ ଦାମ୍‌ରେ ଔଷଧ କିଣିବା ସମ୍ଭବ ହେଉନାହିଁ। ଅନ୍ୟପକ୍ଷେ ଡାକ୍ତରମାନେ ଔଷଧ କମ୍ପୋଜିଶନ୍‌ ଲେଖିବା ବଦଳରେ କମ୍ପାନୀର ନାମ ଲେଖୁଛନ୍ତି। ବଡ଼ ବଡ଼ କମ୍ପାନୀର ଔଷଧ ନିରାମୟ କେନ୍ଦ୍ରରେ ମିଳୁନାହିଁ। ନିରାମୟ ଔଷଧ ବଦଳରେ ବ୍ରାଣ୍ଡେଡ୍‌ ଔଷଧ ଲେଖାଯାଉଛିି। ଡାକ୍ତର ଏବଂ ଔଷଧ କମ୍ପାନୀ ମଧ୍ୟରେ ଭିତିରି ସଲାସୁତରାର ଶିକାର ହେଉଛନ୍ତି ଗରିବ ରୋଗୀ। ଏଣୁ ରାଜ୍ୟ ସରକାର ତୁରନ୍ତ ନିରାମୟ କେନ୍ଦ୍ରରେ କାଉଣ୍ଟର ବଢ଼ାଇବାର ସହିତ ସମସ୍ତ ଔଷଧ ରଖିବାର ଆବଶ୍ୟକତା ରହିଛି। ନିରାମୟ କେନ୍ଦ୍ରରେ ଅଧିକ ପ୍ରକାରର ଔଷଧ ଉପଲବ୍ଧ କରାଗଲେ, ରୋଗୀମାନେ ଔଷଧ କମ୍ପାନୀ ଓ ଡାକ୍ତରଙ୍କ ଶୋଷଣରୁ ମୁକ୍ତି ପାଇପାରିବେ ବୋଲି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି। ସେହିଭଳି ରୋଗୀ ଅର୍ଚ୍ଚନା ପାତ୍ର କୁହନ୍ତି, ନିୟମ ରହିଛି, କେବଳ ନିରାମୟ କେନ୍ଦ୍ରରେ ମିଳୁଥିବା ଔଷଧ ଡାକ୍ତର ଲେଖିବେ। ରୋଗୀଙ୍କୁ ବିନା ମୂଲ୍ୟରେ ସେହି ଔଷଧ ଯୋଗାଇ ଦିଆଯିବ। ହେଲେ ନିରାମୟ କେନ୍ଦ୍ରରେ ମିଳୁଥିବା ଔଷଧ ସମୁଦ୍ରକୁ ଶଙ୍ଖେ। ଥଣ୍ଡା, ଜ୍ୱର, କାଶ ଭଳି ସାଧାରଣ ରୋଗକୁ ଛାଡ଼ି ଦେଲେ ଗୁରୁତର ରୋଗ ପାଇଁ ଏଠାରେ ଔଷଧ ନାହିଁ। ଆଉ, ଡାକ୍ତର ଲେଖୁଥିବା ଦାମୀ ମେଡିସିନ୍‌ ବାହାର ଔଷଧ ଦୋକାନରେ ମିଳୁଛି। ଏଭଳିସ୍ଥିତିରେ ରାଜ୍ୟ ସରକାର କହୁଛନ୍ତି, ନିରାମୟ ଯୋଜନାରେ ମାଗଣା ଔଷଧ ମିଳୁଛି। ଗରିବ ରୋଗୀ ଏହାର ଫାଇଦା ପାଉଛନ୍ତିି, ହେଲେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଏପରି ଘଟଣା ନିରାମୟ ଯୋଜନାର ସଫଳ ରୂପାୟନ ଉପରେ ପ୍ରଶ୍ନ ଉଠାଇଛି। କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଣୀ ଅନିତା ପଟ୍ଟନାୟକଙ୍କୁ ପଚାରିବାରେ ଏଭଳି ଘଟଣାର ଯଦି ସତ୍ୟାତା ଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ପ୍ରଥମ: ଆଇଆଇଏମ୍‌ ସମ୍ବଲପୁର ପାଠପଢ଼ା ଶୈଳୀରେ ସୃଷ୍ଟି ହେବ ନୂତନ ଅଧ୍ୟାୟ

ସମ୍ବଲପୁର,୨୩ା୯(ପ୍ରମୋଦ ବହିଦାର): ଆଇଆଇଏମ୍‌ ସମ୍ବଲପୁରରେ ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ। ପ୍ରଫେସରଙ୍କ ବଦଳରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)। ଯାହା ସମଗ୍ର ଦେଶରେ ପ୍ରଥମ...

କଣ୍ଟାଗାଁ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ତେନ୍ତୁଳିଖୁଣ୍ଟି ବନ୍ଦ

ତେନ୍ତୁଳିଖୁଣ୍ଟି, ୨୩।୯(ଚିଦାନନ୍ଦ ସାହୁ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ର କଣ୍ଟାଗାଁରେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ପୋଲିସ ହାତ...

ଜିଲାପାଳଙ୍କ ଜନ ଶୁଣାଣି: ୧୦୮ ଅଭିଯୋଗ ପଞ୍ଜୀକୃତ

କୋକସରା,୨୩ା୯ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ସୋମବାର ଜିଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର କୋକସରା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ସ୍ନେହାପ୍ରଭା...

କଳାହାଣ୍ଡିରେ ବିଜେଡି ଛାଡିଲେ ପ୍ରଦୀପ ଦାସ, ନବୀନଙ୍କୁ ଲେଖିଲେ ଚିଠି

ଭବାନୀପାଟଣା,୨୩।୯( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ନେତା ପ୍ରଦୀପ ଦାସ ମଙ୍ଗଳବାର ବିଜେଡି ଛାଡିଛନ୍ତି। ଏ ନେଇ ତାଙ୍କ ଇସ୍ତଫା...

ରାସ୍ତା ଖରାପ: ଚିକିତ୍ସାଳୟକୁ ଯିବା ପୂର୍ବରୁ ଆମ୍ବୁଲାନ୍ସରେ ପ୍ରସବ କଲେ ଗର୍ଭବତୀ

ଗଜପତି୨୩।୯(ଗିରିଧାରୀ ପରିଛା): ରାସ୍ତା ଖରାପ ଥିବାରୁ ହସପିଟାଲରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ଆମ୍ବୁଲାନ୍ସରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ...

ପୋଲିସକୁ ବଡ଼ ସଫଳତା: ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ, ୧୭ ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ବରଗଡ଼ ସହର ଉପକଣ୍ଠ ପୁରୁଣା ରିଜର୍ଭ ସମ୍ମୁଖ ରାସ୍ତାରେ ଅତର୍କିତ...

ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ଘଟଣା: ଗାୟକଙ୍କ ବିରୋଧରେ ଏତଲା ଦେଲେ ମା’, ଭଉଣୀ

ଭବାନୀପାଟଣା,୨୩।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ...

ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ନିଜେ ଆତ୍ମହତ୍ୟା କଲେ ପୁରୁଷ ବନ୍ଧୁ, କାରଣ ଖୋଜୁଛି ପୋଲିସ

ବାଲିଗୁଡ଼ା, ୨୩।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କୁଡ଼ୁତୁଲିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏଏନଏମଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri