ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହିଁରେ କପଡା ଗୁଡାଇ ହୋଇ ବୁଲୁଛି ତ ଆଉ କେତେବେଳେ ନଳକୂପ ହାଣ୍ଡେଲ ମାରି ନିଜେ ପାଣି ପିଉଛି। ତେବେ ଧ୍ୟାନ ମୁଦ୍ରାରେ ବସିଥିବା ଏକ ମାଙ୍କଡର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟରରେ ଶେୟାର କରିଛନ୍ତି।
ଭିଡିଓରେ ଦେଖାଯାଇଛି, ଗୋଟିଏ ମାଙ୍କ଼ଡ ୨ ଗୋଡ ଓ ହାତକୁ ଯୋଡି ଆଖି ମୁଜି ଧ୍ୟାନରେ ବସିଛି। ଭିଡିଓରେ ମାଙ୍କଡଟି ବେଶ ଶାନ୍ତ ଥିବା ଜଣାପଡ଼ୁଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ରଖିଛନ୍ତି।
Meditating Monk(ey)
‘Never let the behaviour of others destroy your inner peace’… pic.twitter.com/u4kP9ju9b6
— Susanta Nanda (@susantananda3) August 3, 2020