ନିଜକୁ ହିନ୍ଦୁ କହିଲେ ମୀନା ହାରିସ୍‌

ଓ୍ବାଶିଂଟନ୍‌, ୮ା୨: ଦିଲ୍ଲୀରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଚର୍ଚ୍ଚାରେ ଥିବା ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଏପରିକି ଟୁଇଟର ବ୍ୟବହାରକାରୀ ତାଙ୍କୁ ଟୁଇଟ କରି ‘ହିନ୍ଦୁ ଫୋବିୟା’ ବୋଲି କହିଥିଲେ। ନିଜ ହିନ୍ଦୁ ଫୋବିୟା ଚରିତ୍ରକୁ ପ୍ରକାଶ କରିଥିବାରୁ ଧନ୍ୟବାଦ। ହିନ୍ଦୁ ଧର୍ମୀୟ ଲୋକେ ବିରୋଧ କରୁଥିବାରୁ ତୁମେ ତାଙ୍କୁ ଘୃଣା କର ବୋଲି ସମ୍ପୃକ୍ତ ବ୍ୟକ୍ତି ଟୁଇଟରରେ ଲେଖିଥିଲେ। ଏହି ଟୁଇଟ୍‌ର ଜବାବ ରଖିଛନ୍ତି ମୀନା ହାରିସ୍‌। ମୁଁ ଜଣେ ହିନ୍ଦୁ। ଫାଶୀବାଦ ଲୁଚାଇବା ପାଇଁ ଧର୍ମର ବ୍ୟବହାର କରିବା ବନ୍ଦ କର ବୋଲି ହାରିସ୍‌ ଟୁଇଟରେ ଲେଖିଛନ୍ତି।

Share