ଏହି ବ୍ୟକ୍ତିଙ୍କୁ ଡରି ଦେଶଛାଡି ଚାଲିଯାଇଥିଲେ ପ୍ରସିଦ୍ଧ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି

ବଲିଉଡ୍‌ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ଇତିମଧ୍ୟରେ ୫୭ ବର୍ଷର ହୋଇଯାଇଛନ୍ତି। ୧୬ ନଭେମ୍ବର, ୧୯୬୩ରେ ସେ ଧନବାଦରେ ଜନ୍ମଗ୍ରହଣ କରିଥିଲେ। ଅନେକ ସଫଳ ଫିଲ୍ମରେ କାମ କରିଥିବା ମୀନାକ୍ଷୀ ଗତ ୨୪ ବର୍ଷ ହେବ ବଲିଉଡ୍‌ଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି। ୧୯୯୬ରେ ଫିଲ୍ମ ‘ଘାତକ’ରେ ତାଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା।
ମୀନାକ୍ଷୀଙ୍କ ନାମ ଟପ୍‌ ଅଭିନେତ୍ରୀଙ୍କ ମଧ୍ୟରେ ଗଣନା କରାଯାଉଥିଲା। ଉକ୍ତ ସମୟରେ ବଲିଉଡ୍‌ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ସହ ମଧ୍ୟ ତାଙ୍କ ନାମକୁ ମଧ୍ୟ ଯୋଡା ଯାଉଥିଲା। ମୀନାକ୍ଷୀ ଏବଂ ସନ୍ତୋଷୀ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ। ମାତ୍ର ହଠାତ୍‌ ସନ୍ତୋଷୀ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ମାତ୍ର ଏଥିପାଇଁ ମୀନାକ୍ଷୀ ତାଙ୍କୁ ମନା କରିଦେଇଥିଲେ। ଏହା ପରେ ମୀନାକ୍ଷୀ ଏତେ ମାତ୍ରାରେ ଡରିଯାଇଥିଲେ ଯେ ସେ ବଲିଉଡ୍‌ ସହ ଦେଶ ଛାଡି ପଳାଥିଲେ। ପରେ ସେ ହରିଶ ମୈସୁରଙ୍କୁ ବିବାହ କରି ଆମେରିକାର ଟେକ୍ସାସ ସହରରେ ରହିବାକୁ ଲାଗିଲେ। ତାଙ୍କର ୨ ପିଲା ଝିଅ ଭେନ୍ଦ୍ରା ଏବଂ ପୁଅ ଜୋଶ ଅଛନ୍ତି। ଆଜି ପର୍ଯ୍ୟନ୍ତ ସେ ସେଠାରେ ରହୁଛନ୍ତି।
ମୀନାକ୍ଷୀ ମାତ୍ର ୧୭ ବର୍ଷ ବୟସରେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିଥିଲେ। ହୋଶିୟାର, ଲଭ୍‌ ମ୍ୟାରେଜ, ସତ୍ୟମେବ ଜୟତେ, ମେରୀ ଜଙ୍ଗ, ଘର ହୋ ତୋ ଐଶା, ଘାୟଲ, ଦାମିନୀ, ଘାତକ ଆଦି ସିନେମାକାରେ ସେ କାମ କରିଛନ୍ତି।

Share