Categories: ଜାତୀୟ

ଚାକିରିରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ସଫ୍ଟଓ୍ବେୟର ଇଞ୍ଜିନିୟରଙ୍କ ସହ ଘଟିଲା ଏମିତି କିଛି

ମିିରୁଟ,୭।୯: ଉତ୍ତର ପ୍ରଦେଶର ମିରୁଟର ସୋହରାବ ଗେଟ ଡିପୋ ସାମ୍ନାରେ ଏକ ଅଭାବନୀୟ ଘଟଣା ଘଟିଛି। ଚାକିରିରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ସଫ୍ଟଓ୍ବେୟର ଇଞ୍ଜିନିୟରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଯୁବକ ସୋମବାର ଫରିଦାବାଦର ଏକ କମ୍ପାନୀରେ ଯୋଗଦେବାର ଥିଲା। ଏହି ଦୁର୍ଘଟଣା ପରିବାର ସଦସ୍ୟଙ୍କୁ ଭାଙ୍ଗି ଦେଇଛି। ପୋଲିସ କହିଛି ଯେ ମୃତକ ୩୧ ବର୍ଷୀୟ ହିମାଳୟ ଗୋୟଲ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଥିଲେ। ଗତ ସୋମବାର ସେ ଫରିଦାବାଦର ଏକ କମ୍ପାନୀ ସହିତ ସାକ୍ଷାତକାର ପାଇଁ ଆସିଥିଲେ। ତାଙ୍କୁ ଆଜି ଅର୍ଥାତ୍‌ ସୋମବାର ଚାକିରିରେ ଯୋଗଦେବାକୁ କୁହାଯାଇଥିଲା। ମିରୁଟରୁ ଫରିଦାବାଦ ଯିବାକୁ ହିମାଳୟ ହସ୍ତିନାପୁରରେ ରହୁଥିବା ଜଣେ ବନ୍ଧୁଙ୍କଠାରୁ କାର ମାଗିଥିଲେ। ରବିବାର ରାତି ପ୍ରାୟ ୯ଟା ବେଳେ କଲ୍ୟାଣଗରରୁ ଗାନ୍ଧୀ ଆଶ୍ରମ ଛକକୁ ଯାଉଥିବାବେଳେ ସୋହରାବ ଗେଟ ଡିପୋ ସମ୍ମୁଖରେ କାର୍‌ଟି ଅନ୍ୟ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ହିମାଳୟ ଗୋୟଲଙ୍କ ମୃତ୍ୟୁ ଘଟିଛି। ଉଭୟ କାର୍‌ର ବେଗ ଅଧିତ୍କ ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Share