Categories: ଜାତୀୟ

ବେଲୁନ ବିକ୍ରେତାକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା ବେଳେ ତିନି ଥର ଓଲଟିଲା ସ୍କର୍ପିଓ, ଭାଇରାଲ ହେଉଛି ଲୋମଟାଙ୍କୁରା ଭିଡିଓ

ମେରୁଟ,୨୬।୧୦: ଉତ୍ତରପ୍ରଦେଶର ମେରୁଟରେ ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ସାମ୍ନାକୁ ଆସିଛି। ଦ୍ରୁତ ଗତି ଯୋଗୁ ଏକ ସ୍କର୍ପଓ ଚାଳକ ହଠାତ ଭାରସାମ୍ୟ ହରାଇ ଜଣେ ବେଲୁନ୍‌ ବିକ୍ରେତାଙ୍କ ଉପରେ  ଗାଡ଼ି ଚଢ଼ାଇ ଦେଇଥିଲେ। ଏହାପରେ ସେଠାରୁ ଖସିବାକୁ ଚେଷ୍ଟା କରିବା ସମୟରେ ଗାଡ଼ିଟି ଦୁଇ-ତିନି ଥର ଓଲଟି ଡିଭାଇଡରରେ ପିଟି ହୋଇ ସିଧା ହୋଇଯାଇଥିଲା। ଦୁର୍ଘଟଣାରେ ଗାଡ଼ିଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିରେ ଥିବା ଲୋକଙ୍କୁ ଆହତ ହୋଇଥିଲେ।
ଘଟଣାଟି ମେରୁଟ ସଦର ଥାନା ଅଞ୍ଚଳରେ ଥିବା ଅଭୂଲନ ବଜାରର। ଏଠାରେ ସୋମବାର ରାତିରେ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ଜଣେ ବେଲୁନ୍‌ ବିକ୍ରେତା ଭାନୁଙ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଓଲଟିଥିଲା। ଏବେ ଏହାର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ କିଭଳି ଭାବେ ଭାନୁଙ୍କୁ ଧକ୍କା ଦେବା ପରେ ଦୁଇ ତିନି ଥର ଓଲଟି ସିଧା ଛିଡ଼ା ହୋଇଯାଉଛି ତାହା ଦେଖିବାକୁ ମିଳୁଛି। କିଛି ସମୟ ପରେ ସେଥିରୁ କିଛି ଲୋକ ବାହାରକୁ ଆସୁଛନ୍ତି। ପରେ ଆଖପାଖରେ ଲୋକଙ୍କ ଭିଡ ଜମା ହେଉଛି। ଗାଡ଼ିରେ ମଦ ବୋତଲ ପଡ଼ିଥିବାରୁ ସମସ୍ତେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଆଶଙ୍କା କରାଯାଉଛି।
ଘଟଣାରେ ପୋଲିସ ୫ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗାଡ଼ି ଚାଳକ ଆହତ ହୋଇଥିବାରୁ ତାଙ୍କ ଚିକିତ୍ସା ଜାରି ରହିଛି।

 

Share