Categories: ବାଣିଜ୍ୟ

ମିଶୋର ମିଶନ ୧୦୦ ମିଲିୟନ

ଭୁବନେଶ୍ୱର,୨୪।୮: ଦେଶର ପ୍ରମୁଖ ଇ- କର୍ମସ କମ୍ପାନୀ ମିଶୋ ବର୍ତ୍ତମାନ ଏକ ନୂଆ ମିଶନ ସମ୍ପର୍କରେ ଘୋଷଣା କରିଛି। ୨୦୨୭ ମସିହା ବେଳକୁ ମିଶୋର ମିଶନ ୧୦୦ ମିଲିୟନ ଗ୍ରାହକଙ୍କ ନିକଟତର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ଇଣ୍ଟରନେଟ୍‌ ମାର୍କେଟ (ବାଣିଜ୍ୟ)କୁ ନିଶ୍ଚିତ କରିବାର ମିଶନକୁ ମିଶୋ ଆଗକୁ ବଢ଼ାଇଛି। କମ୍ପାନୀ (ମିଶୋ) ୨୦୨୭ ସୁଦ୍ଧା ୧୦ ନିୟୁତ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଏକ ଦୂରଦୃଷ୍ଟିସମ୍ପନ୍ନ ଲକ୍ଷ୍ୟ ବିଷୟରେ ମଧ୍ୟ ଘୋଷଣା କରିଛି। ସେହିଭଳ ମିଶୋ ବର୍ତ୍ତମାନର ବିକ୍ରେତା ବେସ୍‌ରେ ୧.୩ ନିୟୁତର ଗ୍ରାହକଙ୍କ ସହ ଏକ ବୃହତ୍‌ ବିସ୍ତାର ଆଡ଼କୁ ପ୍ରୟାସ କରୁଛି। ଏ ସମ୍ପର୍କରେ ମିଶୋର ସିଇଓ ତଥା ପ୍ରତିଷ୍ଠାତା ବିଦିତ୍‌ ଆଟ୍ରେ କହିଛନ୍ତି, ୨୦୨୭ ସୁଦ୍ଧା କମ୍ପାନୀ ୧୦ ନିୟୁତ ବିକ୍ରେତାଙ୍କ ଉପରେ ନଜର ରଖିଛି। ବୈଷୟିକ ପ୍ରଗତି, ନବସୃଜନ ଏବଂ ଅନ୍ତର୍ଭୂକ୍ତୀକରଣ ପାଇଁ ଏକ ଅଦମ୍ୟ ଉତ୍ସର୍ଗ ଦ୍ୱାରା ପରିଚାଳିତ।

ଆମେ ଅଫ୍‌ଲାଇନ ବିକ୍ରେତାମାନଙ୍କ ପାଇଁ ୨ୟ ଆୟର ରାସ୍ତା ଖୋଲିବାକୁ ପ୍ରସ୍ତୁତ ଅଛୁ। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀ ପକ୍ଷରୁ ଏହି ମହତ୍ତ୍ୱପୂର୍ଣ୍ଣ ଘୋଷଣା କରାଯାଇଥିଲା, ଯେଉଁଠାରେ ମିଶୋ ଭଳି ଓଏନ୍‌ଡିସି ଏବଂ ସିଏଆଇଟି ପରି ବିଭିନ୍ନ ଶିଳ୍ପ ହିତାଧିକାରୀଙ୍କ ସହ ମିଶି ମୋଷ୍ଟ ଇନୋଭେଟିଭ୍‌ ବିକ୍ରେତା,ମୋଷ୍ଟ ଟ୍ରଷ୍ଟଡେ ବିକ୍ରେତା ପରି ୮ଟି ବିଭିନ୍ନ ବର୍ଗରେ ଏମ୍‌ଏସ୍‌ଏମ୍‌ଇ ବିକ୍ରେତାଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

Share