ଅଡିଶନ୍‌ରେ ପୁରୁଣା ବନ୍ଧୁଙ୍କ ସହ ଭେଟ

ମୁମ୍ବାଇ: ଇଣ୍ଡିଆନ୍‌ ଆଇଡଲ୍‌ ସିଜନ୍‌ ୧୩ ଜରିଆରେ ପୁଣିଥରେ ଟିଭି ପରଦାକୁ ଫେରିଛନ୍ତି ବଲିଉଡ୍‌ ସିଙ୍ଗର ନେହା କକ୍କର। ପ୍ରତିଯୋଗୀଙ୍କ ଅଡିଶନ୍‌ ନେବା ବେଳେ ନେହା ଭାବବିହ୍ବଳ ହୋଇପଡ଼ିଥିବାର ଦେଖିବାକୁ ମିଳିଛି। ତେବେ ଲୋକପ୍ରିୟ ଟିଭି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ର ଅଡିଶନ୍‌ରେ ନେହା ତାଙ୍କ ପୁରୁଣା ବନ୍ଧୁଙ୍କୁ ଭେଟିଛନ୍ତି, ଯାହାଙ୍କ ନାଁ ବିନିଥ ସିଂ। ବନ୍ଧୁଙ୍କୁ ଷ୍ଟେଜ୍‌ରେ ଦେଖିବା ମାତ୍ରେ ନେହା କାନ୍ଦିବାକୁ ଆରମ୍ଭ କରିଥିଲେ। ଏହା ପରେ ସେ ବିନିଥ୍‌ଙ୍କ ପରଫର୍ମାନ୍ସ ଜଜ୍‌ କରିବାକୁ ମନା କରିଥିଲେ। କିନ୍ତୁ ଅନ୍ୟ ବିଚାରକଙ୍କ ଅନୁରୋଧ କ୍ରମେ ନେହା ବିଚାରକ ଆସନରେ ବିନିଥଙ୍କ ଗୀତ ଶୁଣିଥିଲେ। ବିନିଥ ମଧ୍ୟ ନେହାଙ୍କୁ ଖୁବ୍‌ ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି। ତେବେ ସୋନୀ ଚ୍ୟାନେଲ ପକ୍ଷରୁ ଇଣ୍ଡିଆନ୍‌ ଆଇଡଲ୍‌ର ସିଜନ୍‌ ୧୩ ଅଡିଶନ୍‌ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ପିଲାଟିବେଳୁ ନେହା ଭଜନ ସମାରୋହରେ ଗୀତ ଗାଉଥିଲେ। ଏହାପରେ ସେ ଇଣ୍ଡିଆନ୍‌ ଆଇଡଲ୍‌ ସିଜନ୍‌୨ରେ ଭାଗ ନେଇଥିଲେ। ବର୍ତ୍ତମାନ ନେହା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଖ୍ୟାତନାମା ଗାୟିକା। ବିଶାଲ ଦଦଲାନି, ହିମେଶ ରେଶମିଆ ଏବଂ ନେହା ଇଣ୍ଡିଆନ୍‌ ଆଇଡଲ୍‌କୁ ଜଜ୍‌
କରୁଛନ୍ତି।

Share