କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଅନେକ ଦେଶ କରୋନା ଟିକା ପ୍ରସ୍ତୁତ ପାଇଁ ଲାଗିପଡିଛନ୍ତି। ଏସବୁ ଭିତରେ ଭାରତର ଜଣେ କୃଷକଙ୍କ ପୁଅ କରୋନା ଟିକା ପ୍ରସ୍ତୁତ ପାଇଁ ଅଣ୍ଟା ଭିଡିଛନ୍ତି। ସେ ହେଉଛନ୍ତି ଡା. କ୍ରିଷ୍ଣା ଏଲା। ଦିନରାତି କଡା ପରିଶ୍ରମ କରି ସେ ଏକ ଛୋଟ ଲ୍ୟାବ୍ ଖୋଲିଥିଲେ। ଏବେ ସେ କରୋନା ଟିକା ପ୍ରସ୍ତୁତ କରୁଥିବା ଦାବି କରିଛନ୍ତି। ଏହି ଟିକାକୁ ସେ ଆସନ୍ତା ଅଗଷ୍ଟ ୧୫ରେ ଲଞ୍ଚ୍ କରିବେ ବୋଲି କହିଛନ୍ତି। ସେ ପ୍ରସ୍ତୁତ କରିଥିବା ଟିକାକୁ ହ୍ୟୁମାନ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ମଧ୍ୟ ଅନୁମତି ମିଳିସାରିଛି। ତାମିଲନାଡୁର ଥିରୁଥାନୀରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ କ୍ରିଷ୍ଣା। ସେ ବାଓଟେକ୍ନୋଲୋଜି ପାଠ ପଢିଥିଲେ। ସେ ୟୁଏସରେ ପିଏଚଡି କରିଥିଲେ। ସେଠାରେ ତାଙ୍କ ଉଚ୍ଚ ଦରମାରେ ଚାକିରି ମିଳୁଥିଲା। କିନ୍ତୁ ସେ ନିଜ ମା’ କଥା ମାନି ଭାରତ ଫେରିଆସିଥିଲେ। ସୂଚନାଯୋଗ୍ୟ,ଭାରତରେ କରୋନା ଟିକା ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭାରତ ବାଓଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏହି କମ୍ପାନୀ ନାଶ୍ନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜି ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ସହଯୋଗରେ ଏହି ଟିକା ପାଇଁ ପ୍ରୟାସ କରାଉଛି।