କେରଳର ଥ୍ରିସୁରର ଥଙ୍ଗାଲୁରୁରେ ଜଣେ ବୃଦ୍ଧ ଦମ୍ପତି ନିଆରା କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କୋରାଟି ଭର୍ଗିସ୍(୮୦ ବର୍ଷ)ଏବଂ ଫିଲୋମେନା ନିଜ ଜମିରେ ଘର ନିର୍ମାଣ କରୁଛନ୍ତି। ୫ଟି ଗରିବ ପରିବାରକୁ ଦାନ ଦେବା ପାଇଁ ସେ ଏହି ଘର ନିର୍ମାଣ କରୁଥିବା ଜଣାପଡିଛି। ନିଜସ୍ବ ଟଙ୍କାରେ ସେ ଏହି ଘର ନିର୍ମାଣ କରୁଛନ୍ତି। ଭର୍ଗିସ୍ ସେନାରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସ୍ତ୍ରୀ ଜଣେ ଶିକ୍ଷୟତ୍ରୀ ଥିଲେ। ଅବସର ପରେ ଦୁହେଁ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଭର୍ଗିସଙ୍କ କହିବା ଅନୁଯାୟୀ, ପିିଲାଦିନେ ଗରିବୀକୁ ଅତି ନିକଟରୁ ଦେଖିଛି। ଏଥିପାଇଁ ମୁଁ ଶିକ୍ଷା ପୂରଣ କରିପାରି ନ ଥିଲି। ମୋ ମାତାପିତାଙ୍କ ୬ ସନ୍ତାନ ଥିଲେ। ସେଥିମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ୩ ଭଉଣୀଙ୍କ ମଧ୍ୟରେ ମୁଁ ଏକା ପୁଅ ଥିଲି। ୨୨ବର୍ଷରେ ସେନାରେ ଯୋଗ ଦେଇଥିଲି। ୧୫ ବର୍ଷ କାର୍ଯ୍ୟ ପରେ ଅବସର ନେଇଥିଲି ବୋଲି କହନ୍ତି ଭର୍ଗିସ୍। ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ କାର୍ଯ୍ୟରତ ଥିଲେ। ୧୯୮୧ରେ ଏକ ଜମି କିଣିଥିଲେ ଭର୍ଗିସ୍ । ସେହି ଜମିରେ ଘର କରି ଗରିବଙ୍କୁ ଦାନ ଦେବା କଥା ଚିନ୍ତା କରି ଯଥାଶୀଘ୍ର ଘର ନିର୍ମାଣ ଆରମ୍ଭ କରିଥିଲେ। ଏହାପରେ ବୃଦ୍ଧ ଲୋକଙ୍କ ପାଇଁ ଏକ ଓଲ୍ଡ ଏଜ୍ ହୋମ ନିର୍ମାଣ କରିବାର ଯୋଜନା ରଖିଥିବା ଭର୍ଗିସ କହିଛନ୍ତି।