Advertisement

ଦେଖିବାକୁ ହିରୋଇନଙ୍କଠାରୁ କମ୍‌ ନୁହନ୍ତି ଏହି ଲୋକପ୍ରିୟ କମେଡିଆନ୍‌ଙ୍କ ସ୍ତ୍ରୀ; ହେଲେ ଭୁରିଙ୍କ ପ୍ରେମରେ…

ବମ୍ବେ: ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଶୋ’କୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି। ଅପରପକ୍ଷେ ଭାରତୀ ସିଂହ, କିକୁ ଶାରଦା, ଅଭିଷେକ କୃଷ୍ଣା, ଚନ୍ଦନ ପ୍ରଭାକର ପ୍ରମୁଖ ସୋସିଆଲ ମିଡିଆରେ ନିଜର ଖୁସିବ୍ୟକ୍ତ କରୁଛନ୍ତି।

ଶୋ’ରେ ସମସ୍ତ କଳାକାର ନିଜ ନିଜର ଚରିତ୍ରକୁ ନେଇ ବେଶ ଲୋକପ୍ରିୟ। ସେଭଳି ହେଉଛନ୍ତି ଚନ୍ଦନ ପ୍ରଭାକର। ଚନ୍ଦନ ‘ଚନ୍ଦୁ ଚା’ ବାଲା’ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କର ପ୍ରଶଂସକ କାହିଁରେ କେତେ। ସେ ଶୋ’ରେ ସବୁବେଳେ ଭୁରିଙ୍କ ପ୍ରେମରେ ପଡ଼ିଥିବା ଦେଖିବାକୁ ମିଳୁଥିବା ବେଳେ ଅସଲ ଜୀବନରେ କିନ୍ତୁ ବିବାହିତ।

ଚନ୍ଦନଙ୍କ ସ୍ତ୍ରୀଙ୍କ ନାମ ନନ୍ଦିନୀ ଖନ୍ନା। ୨୦୧୫ରେ ଉଭୟଙ୍କ ବିବାହ ହୋଇଥିଲା। କମେଡିଆନ୍‌ଙ୍କ ସ୍ତ୍ରୀ ଭାବେ ତାଙ୍କ ପରିଚୟ ଥିଲେ ହେଁ ସେ ଦେଖିବାକୁ କୌଣସି ହିରୋଇନଙ୍କଠାରୁ କମ୍‌ ନୁହନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଚନ୍ଦନ ଛାଡ଼ିଥାନ୍ତି। ସେଥିରେ ତାଙ୍କର ଷ୍ଟାଇଲିସ୍‌ ଲୁକ୍‌ ଦେଖିବାକୁ ମିଳେ। ଚନ୍ଦନଙ୍କ ଗୋଟିଏ ଝିଅ ମଧ୍ୟ ରହିଛି। ତାଙ୍କର ହସଖୁସିର ପରିବାରର ଝଲକ ପ୍ରଶଂସକଙ୍କ ହୃଦୟ ଜିତିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share