ଲୋକେ ଭାବିଲେ କରିସ୍ମା କପୁର, ହେଲେ…

ବମ୍ବେ: ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି କ୍ରିକେଟର ବିରାଟ କୋହଲିଙ୍କ ଭଳି ଅବିକଳ ଦିଶୁଥିବା ଲୋକଙ୍କ ଫଟୋ ତଥା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। କେବଳ ସେତିକି ନୁହେଁ ବଲିଉଡ୍‌ କଳାକାରଙ୍କ ଅବିକଳ ଚେହେରାଧାରୀଙ୍କୁ ମଧ୍ୟ ଦେଖିବାକୁ ମିଳେ। ସେଲିବ୍ରିଟିଙ୍କ ଭଳି ଦେଖାଯାଉଥିବାକୁ ନେଇ ସେମାନେ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ସେଭଳି ଏକ ଯୁବତୀ ଏବେ ଚର୍ଚ୍ଚାରେ। କାରଣଟି ହେଲା ସେ ଅବିକଳ ଅଭିନେତ୍ରୀ କରିସ୍ମା କପୁରଙ୍କ ଭଳି ଦେଖାଯାଉଛନ୍ତି। ଯିଏ ବି ତାଙ୍କୁ ଦେଖୁଛି ସେ ନ୍ଦ୍ୱନ୍ଦରେ ପଡ଼ିଯାଉଛି।

ଇନ୍‌ଷ୍ଟାଗ୍ରାମରେ ହିନା ଅଖ ନାମରେ ଜଣେ ଯୁବତୀଙ୍କ ଆକାଉଣ୍ଟ ରହିଛି। ସେଥିରେ ସେ ନିଜର ଫଟୋ ଏବଂ ଭିଡିଓ ଅପ୍‌ଲୋଡ କରିଥାନ୍ତି। ଭିଡିଓରେ ନଜର ଆସୁଥିବା ହିନା କରିସ୍ମାଙ୍କ ନକଲ ଭଳି ଲାଗୁଛନ୍ତି। ସେ ମଧ୍ୟ କରିସ୍ମା ଅଭିନୟ କରିଥିବା ଫିଲ୍ମର ଗୀତରେ ଅଭିନୟ କରୁଥିବା ନଜର ଆସୁଛି। ଏହି ପ୍ଲାଟଫର୍ମରେ ସେ ବେଶ ଲୋକପ୍ରିୟ ଥିବା ବେଳେ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଦେଖି ଚକିତ ହେଉଥିବା କହିଛନ୍ତି।

ଅପରପକ୍ଷେ ଅନେକ ବର୍ଷ ହେଲାଣି ବଡ଼ ପରଦାରୁ ଦୂରେଇ ଯାଇଛନ୍ତି କରିସ୍ମା। କିଛି ଦିନ ପୂର୍ବେ ସେ ଓଟିଟି ପ୍ଲାଟଫର୍ମରେ ‘ମେଣ୍ଟଲ୍‌ହୁଡ’ ଜରିଆରେ କମ୍‌ବ୍ୟାକ୍‌ କରିଥିଲେ। ହେଲେ ଏଥିରେ ତାଙ୍କ କ୍ୟାରିୟର ପ୍ରଭାବିତ ହୋଇ ନ ଥିଲା। ଏବେ ସେ ବଡ଼ ପରଦାରୁ ଦୂରେଇ ରହି ପରିବାର ସହ ସମୟ ବିତାଉଛନ୍ତି।

Share