କ୍ୱିଭ୍,୨୬।୪: ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ କୁକୁର ହିରୋ ପାଲିଟିଛି। ୟୁକେନର ଏହି କୁକୁରକୁ ନେଇ ଚାଲିଆଡେ ଚର୍ଚ୍ଚା ହେଉଛି। ଏପରିକି ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ କୁକୁରକୁ ପ୍ରଶଂସା କରିବା ସହ ଶହ ଶହ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି। ପାଟ୍ରୋନ ନାମକ ଏହି କୁକୁରଟି ୟୁକ୍ରେନର ରାଜ୍ୟ ଜରୁରୀକାଳୀନ ସେବା ସହିତ ଜଡିତ ଅଛି।
ପାଟ୍ରୋନ୍ ଏପର୍ଯ୍ୟନ୍ତ ରୁଷିଆର ସୈନ୍ୟବାହିନୀ ଦ୍ୱାରା ଲଗାଯାଇଥିବା ୧୫୦ରୁ ଅଧିକ ବିସ୍ଫୋରକ ଉପକରଣ ଚିହ୍ନଟ କରିଛି। ଫଳରେ ଶହ ଶହ ଲୋକଙ୍କ ଜୀବନ ରକ୍ଷା ହୋଇପାରିଛି। ଯଦି ପାଟ୍ରୋନ ଏହା ନ କରି ଥାନ୍ତା ତେବେ ୟୁକ୍ରେନ ବହୁ କ୍ଷତି ସହିଥାନ୍ତା ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଏକ ଟୁଇଟ୍ରେ କୁହାଯାଇଛି ଯେ ୟୁକ୍ରେନ ଚେର୍ନିହିଭ ନିକଟରେ ୧୫୦ରୁ ଅଧିକ ବିସ୍ଫୋରକ ଉପକରଣ ଖୋଜିବା ପାଟ୍ରୋନ ବଡ଼ ଭୂମିକା ଗ୍ରହଣ କରିଛି। ୟୁକ୍ରେନ ସହରକୁ ସୁରକ୍ଷିତ କରିଥିବାରୁ ଆମେ ପାଟ୍ରୋନଙ୍କୁ ଧନ୍ୟବାଦ ଦେଉଛୁ।
ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ @patron_dsnsରେ ପାଟ୍ରୋନର ଅନେକ ଭିଡିଓ ଶେୟାର କରାଯାଇଛି, ଯାହା ଭାଇରାଲ ହେଉଛି। ପାଟ୍ରୋନକୁ ମାତ୍ର ଦୁଇ ବର୍ଷ ବୟସ। ସେ ଜ୍ୟାକ ରସେଲ ଟେରିଅର୍ ପ୍ରଜାତିର କୁକୁର।
Patron is a service dog in #Chernihiv. He has discovered over 150 explosive devices in #Ukraine since full scale #Russian invasion began. Patron works closely with deminers to make #Ukrainian cities safe again.
Thank you so much for your service!
📸 by patron_dsns (Instagram) pic.twitter.com/VyFbk2ffLQ
— MFA of Ukraine 🇺🇦 (@MFA_Ukraine) April 24, 2022