Categories: ଫୁରସତ

ଏହି ପରିବାରର ସମସ୍ତେ ନୋବେଲ ବିଜେତା

ଦୁନିଆର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ମଧ୍ୟରୁ ଗୋଟିଏ ହେଉଛି ନୋବେଲ ପୁରସ୍କାର। ପ୍ରତିବର୍ଷ ଆଲଫ୍ରେଡ୍‌ ନୋବେଲଙ୍କ ପୂଣ୍ୟତିଥି ଅର୍ଥାତ ଡିସେମ୍ବର ୧୦ରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଏଭଳି ଏକ ପରିବାର ରହିଛି, ଯିଏ ସବୁଠୁ ଅଧିକ ଥର ନୋବେଲ ବିଜେତା ହୋଇଛନ୍ତି। ଏହି ପରିବାରର ମା-ବାପା, ଝିଅ-ଜ୍ୱାଇଁ ସମସ୍ତେ ନୋବେଲ ଜିତିଛନ୍ତି। ଆମେ କହୁଛୁ ମେରି କ୍ୟୁରିଙ୍କ ପରିବାର ବିଷୟରେ, ଯିଏ ମାଡାମ କ୍ୟୁରି ନାମରେ ଜଣାଶୁଣା।

ମାଡାମ କ୍ୟୁରି ଏବଂ ତାଙ୍କ ସ୍ବାମୀ ପିଆର୍‌ କ୍ୟୁରିଙ୍କୁ ୧୯୦୩ରେ ପଦାର୍ଥ ବିଜ୍ଞାନ ଲାଗି ନୋବେଲ ପୁରସ୍କାର ଦିଆଯାଇଥିଲା। ଏହାପରେ ୧୯୧୧ରେ ମଧ୍ୟ ମାଡାମ କ୍ୟୁରିଙ୍କୁ ରସାୟନ ବିଜ୍ଞାନ ଲାଗି ନୋବେଲ ପୁରସ୍କାର ଦିଆଯାଇଥିଲା।

ମାଡାମ କ୍ୟୁାରିଙ୍କ ଝିଅ ଜୋଲିଏଟ କ୍ୟୁରି ଏବଂ ସ୍ବାମୀ ଫ୍ରେଡରିକ ଜୋଲିଏଟଙ୍କୁ ୧୯୩୫ରେ ନୋବେଲ ପୁରସ୍କାର ଦିଆଯାଇଥିଲା।

Share