Posted inଫୁରସତ

ଲଦାଖ ସ୍କାଉଟ୍ସର ନିର୍ଭୀକ ପରିବାର

ଲେହ: ଭାରତର ସୀମାରେ ଜଗି ରହିଥିବା ଯବାନଙ୍କ ଭଳି ଲଦାଖ ସ୍କାଉଟ୍ସ ବେଶ୍ ପରିଚିତ । ଏମାନେ ‘ମାଟିର ପୁତ୍ର’ ଭାବେ ବେଶ୍ ଜଣାଶୁଣା । ପରିବାରର ନିରନ୍ତର ସହଯୋଗ କ୍ରମେ ଏମାନେ ପୂର୍ବ ଲଦାଖରେ ଭାରତ-ଚାଇନା ସୀମାରେ ସବୁଠାରୁ ଆଗରେ ଅଛନ୍ତି ବୋଲି କୁହାଯାଏ । ୧୯୬୨ ମସିହାରେ ସିନୋ-ଇଣ୍ଡିଆ ଯୁଦ୍ଧ ପରେ ୧୯୬୩ରେ ଉଦାଖ ସ୍କାଉଟ୍ସ ଗଠନ ହେବା ପରଠାରୁ ଅନେକ ପରିବାର ଦେଶକୁ ସୁରକ୍ଷା ଦେବାକୁ ସେମାନଙ୍କ ୱାର୍ଡ ପଠାଉଛନ୍ତି । ଏମିତି ଏକ ପରିବାର ହେଉଛନ୍ତି ଡୋରଜୋଇ ପରିବାର । ଏମାନଙ୍କର ଦୁଇ ପୁଅ ଏବେ ସୀମାରେ ସୁରକ୍ଷା ଦେଉଛନ୍ତି । ପରିବାର ସଦସ୍ୟ କିଛିଦିନ ହେବ ସେମାନଙ୍କ ସହ କଥା ହୋଇ ନ ଥିବା ପ୍ରକାଶ କରିଛନ୍ତି । ହେଲେ ସେମାନେ କହିଛନ୍ତି । ଆମେ ଭୟଭିତ ନୁହେଁ ଏବଂ ଯେ କୌଣସି ଘଟଣାର ସାମ୍ନା କରିବାକୁ ପ୍ର୍ରସ୍ତୁତ ଅଛୁ । ଉକ୍ତ ଦୁଇ ଭାଇଙ୍କ ପିତା କୁହନ୍ତି ଲଦାଖ ସ୍କାଉଟ୍ସରେ ଆମର ଦୁଇ ପୁଅ ରହିଛନ୍ତି । ଆଜିକାଲି ଆମେ ତାଙ୍କ ସହ ସମ୍ପର୍କରେ ନାହୁଁ । ହେଲେ ମାତାପିତା ଭାବେ ଆମେ ଆଦୌ ଭୟ କରୁନାହିଁ । ଯଦି ଆମେ ଡରି ଯାଇଥାଆନ୍ତୁ ତେବେ ଆମେ ସେମାନଙ୍କୁ ସେନାକୁ ପଠାଇ ନ ଥାଆନ୍ତୁ । ସେମାନଙ୍କ ପିତା ଟି ଡରଜୋଇ କହିଛନ୍ତି ଯଦି ଆମେ ମୃତ୍ୟୁକୁ ଡରିଯିବା ତେବେ ଦେଶକୁ ସୁରକ୍ଷା ଦେବା କିପରି । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଲଦାଖବାସୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ । ହେଲେ ଉତ୍ତେଜନା ସମୟରେ କେବେ ନିରାଶ ହୋଇ ନାହୁଁ । ଟି ଡରଜୋଇ କୁହନ୍ତି ଏବେ ଆମେ ଆମର ତୃତୀୟ ପୁତ୍ରକୁ ସେନାରେ ଭର୍ତ୍ତି କରିବାକୁ ଚାହୁଁଛୁ । ଆଉ ସେଥିପାଇଁ ସେ ବେଶ୍ ଗର୍ବିତ ବୋଲି କହିଛନ୍ତି । ମୁଣ୍ଡ ଉଚ୍ଚ କରି ଚାଲୁଛନ୍ତି । ସବୁଠାରୁ ବଡ ଗର୍ବର କଥା ହେଉଛି ମୋ ପିଲାମାନେ ଚାଇନା ସହ ଲଢେଇ କରିବାକୁ ପ୍ରସ୍ତୁତ ଅଛନ୍ତି । ପିତା ଲଦାଖ ସ୍କାଉଟ୍ସରେ ଥିବା ପିଲାମାନଙ୍କର ସମର୍ଥନ କରିବା ସହ ପ୍ରଶଂସା କରିଛନ୍ତି । କେବଳ ଟି ଡରଜୋଇ କାହିଁକି ଆହୁରି ମଧ୍ୟ କେତେକ ପରିବାର ସେମାନଙ୍କ ପୁଅ, ଭାଇଙ୍କ୍‌ୁ ଦେଶ ସେବା କରିବାକୁ ପଠାଇ ଗର୍ବ ଅନୁଭବ କରନ୍ତି ବୋଲି କୁହନ୍ତି । ଲଦାଖର ପ୍ରାୟ ସମସ୍ତ ପରିବାର ସେମାନଙ୍କ ପୁତ୍ରକୁ ସେନାରେ ଭର୍ତ୍ତି କରି ଖୁସି ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ଲଦାଖ ସ୍କାଉଟ୍ସ ହେଉଛି ଭାରତୀୟ ସେନାର ସର୍ବ କନିଷ୍ଠ ପଦାତିକ ରେଜିମେଣ୍ଟ । ୧୯୯୯ରେ ଏହାର ନିଜସ୍ୱ କେନ୍ଦ୍ର ଓ ବାଟାଲିୟନ ସହ ଏକ ରେଜିମେଣ୍ଟର ମାନ୍ୟତା ଦିଆଯାଇଥିଲା । ୧ ଜୁନ୍ ୧୯୬୩ରେ ଜମ୍ମୁ-କଶ୍ମୀର ମିଲିସିଆର ସପ୍ତମ ଏବଂ ୧୪ତମ ବାଟାଲିୟନକୁ ଏକାଠି କରି ଲଦାଖ ସ୍କାଉଟ୍ସ ଗଠନ କରାଯାଇଥିଲା । ୧୯୭୧ରେ ଇଣ୍ଡୋ-ପାକ ଯୁଦ୍ଧ ସମୟରେ ଲଦାଖ ସ୍କାଉଟ୍ସ ଉତ୍ତର ସେକ୍ୱଟରରେ ଏକ ଚମତ୍କାର ଆକ୍ରମଣ କରିଥିଲା ଏବଂ ସେମାନଙ୍କ ଉତ୍କୃଷ୍ଟ ପଦର୍ଶନ ପାଇଁ ଯୁଦ୍ଧ ସମ୍ମାନ ‘ତୁର୍ତ୍ତୁକ’ ପାଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାବୁଛନ୍ତି କି ଜଳପରୀ ! ୧୭୩ ଫୁଟ ଗଭୀର ସମୁଦ୍ର ତଳେ….

ଗଭୀର ଜଳ ଭିତରେ ଧଳାରଙ୍ଗର ପୋଷାକ ପିନ୍ଧିଥିବା ଏହି ଯୁବତୀକୁ ଦେଖି ଜଳପରୀର ଭ୍ରମ ସୃଷ୍ଟି ହେଉଥିବ। ହେଲେ ପ୍ରକୃତରେ ସେ ଜଳପରୀ ନୁହନ୍ତି ବରଂ...

ନନାଙ୍କୁ ଧରାଇ ଦେଇଥିଲି ମୋ ପ୍ରଥମ ରୋଜଗାର ଟଙ୍କା

ମୋ ନନା ଥିଲେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ସେ ହିଁ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ୪ ଭାଇଭଉଣୀଙ୍କ ମଧ୍ୟରେ ମୁଁ ଥିଲି...

Man Living as Woman: ଭୂତ ଭୟରେ ୩୬ବର୍ଷ ଦରି ମହିଳାଙ୍କ ବେଶରେ ରହୁଛନ୍ତି ଏହି ପୁରୁଷ, ରାତିରେ ଦେଖନ୍ତି ଭୟଙ୍କର ଦୃଶ୍ୟ

Man Living as Woman: ଆଧୁନିକ ଯୁଗରେ ଏମିତି କିଛି ଅନ୍ଧବିଶ୍ୱାସ ରହିଛି ଯାହାକୁ କେବେ ବିଶ୍ୱାସ ମଧ୍ୟ କରିହେବ ନାହିଁ। ବିଜ୍ଞାନ କହୁଛି ଏ...

Delhi Platform Stampede: ଜାଣନ୍ତି କି ପ୍ଲାଟ୍‌ଫର୍ମ ପରିବର୍ତ୍ତନ କରିବାର ନିଷ୍ପତ୍ତି କିଏ ନେଇଥାଏ

ନୂଆଦିଲ୍ଲୀ,୧୬ା୨: ଭାରତୀୟ ରେଳବାଇ ଏବେ ସ୍ବୟଂଚାଳିତ ବ୍ଲକ ସିଗନାଲିଂ ସିଷ୍ଟମ ବ୍ୟବହାର କରୁଛି। ଏହାର ଅର୍ଥ ହେଉଛି ଯେ ଟ୍ରେନ୍‌କୁ ପରବର୍ତ୍ତୀ ଷ୍ଟେଶନରେ ପହଞ୍ଚିବା ପାଇଁ...

ପୂର୍ବତନ ପ୍ରେମିକଙ୍କ ଠିକଣା ଦେଇ ଯୁବତୀ ପଠାଇଲେ ୧୦୦ ପିଜା, ଡେଲିଭରି ବେଳେ ଯାହା ଘଟିଲା ଜାଣିଲେ…

କଥାରେ ଅଛି ପ୍ରେମ ଏବଂ ଯୁଦ୍ଧରେ ସବୁ ସମ୍ଭବ। ଗୁରୁଗାଓଁର ଜଣେ ମହିଳା ଭ୍ୟାଲେଣ୍ଟାଇନ୍‌ ଡେ’ରେ ସେଭଳି କିଛି କରିଛନ୍ତି। ୨୪ ବର୍ଷୀୟ ଆୟୁଷୀ ରାଓ୍ବତ...

ବଧୂ ଘର ଦୁଆର ମୁହଁରେ ପହଞ୍ଚିଥିଲେ ବରଯାତ୍ରୀ, ହଠାତ୍‌ ଘୋଡ଼ାରେ ବସିଥିବା ବରଙ୍କର ହେଲା ହୃଦଘାତ..ମୃତ୍ୟୁ

ବିବାହ ଲାଗି ହସଖୁସିରେ ଫାଟି ପଡ଼ୁଥିଲା ଘର। ବର ମଧ୍ୟ ଘୋଡ଼ାରେ ବସି ବରଯାତ୍ରୀ ନେଇ ପହଞ୍ଚିଥିଲେ। ହେଲେ ହଠାତ୍‌ କିଛି ଏଭଳି ଘଟିଲା ଯେ...

Video: ଚିଡିଆଖାନାର ତାରବାଡ଼ ଭିତରୁ ଝାମ୍ପିଲା ବାଘ, ଡରିବା ବଦଳରେ ପିଲାଟି କହିଲା- ଶାର୍ଟ ଫାଟିଗଲେ ମାମା ମାରିବ… 

ସାଧାରଣତଃ ପିଲାମାନେ ମା’ଙ୍କୁ ବହୁତ ଡରିଥାନ୍ତି। ପିଲାଟିଦିନରୁ ମା’ ହିଁ ତାର ସନ୍ତାନର ପ୍ରଥମ ଗୁରୁ ପାଲଟିଥାଏ। ଏହି ସମ୍ପର୍କକୁ ନେଇ ଅନେକ ଭିଡିଓ ସୋସିଆଲ...

Viral Video: ପୁଅକୁ ଜୀଅନ୍ତା ଗିଳିଦେଲା ତିମି, ଭିଡିଓ କରୁଥିଲେ ବାପା, ଭୟଙ୍କର video ଦେଖିଲେ ଥରି ଉଠିବେ

ସମୁଦ୍ରରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ। ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ବାପାଙ୍କ ସହିତ ସମୁଦ୍ରରେ କାୟାକିଂର ମଜା ନେଉଥିବାବେଳେ ଠିକ ସେହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image