Categories: ଫୁରସତ

ଲଦାଖ ସ୍କାଉଟ୍ସର ନିର୍ଭୀକ ପରିବାର

ଲେହ: ଭାରତର ସୀମାରେ ଜଗି ରହିଥିବା ଯବାନଙ୍କ ଭଳି ଲଦାଖ ସ୍କାଉଟ୍ସ ବେଶ୍ ପରିଚିତ । ଏମାନେ ‘ମାଟିର ପୁତ୍ର’ ଭାବେ ବେଶ୍ ଜଣାଶୁଣା । ପରିବାରର ନିରନ୍ତର ସହଯୋଗ କ୍ରମେ ଏମାନେ ପୂର୍ବ ଲଦାଖରେ ଭାରତ-ଚାଇନା ସୀମାରେ ସବୁଠାରୁ ଆଗରେ ଅଛନ୍ତି ବୋଲି କୁହାଯାଏ । ୧୯୬୨ ମସିହାରେ ସିନୋ-ଇଣ୍ଡିଆ ଯୁଦ୍ଧ ପରେ ୧୯୬୩ରେ ଉଦାଖ ସ୍କାଉଟ୍ସ ଗଠନ ହେବା ପରଠାରୁ ଅନେକ ପରିବାର ଦେଶକୁ ସୁରକ୍ଷା ଦେବାକୁ ସେମାନଙ୍କ ୱାର୍ଡ ପଠାଉଛନ୍ତି । ଏମିତି ଏକ ପରିବାର ହେଉଛନ୍ତି ଡୋରଜୋଇ ପରିବାର । ଏମାନଙ୍କର ଦୁଇ ପୁଅ ଏବେ ସୀମାରେ ସୁରକ୍ଷା ଦେଉଛନ୍ତି । ପରିବାର ସଦସ୍ୟ କିଛିଦିନ ହେବ ସେମାନଙ୍କ ସହ କଥା ହୋଇ ନ ଥିବା ପ୍ରକାଶ କରିଛନ୍ତି । ହେଲେ ସେମାନେ କହିଛନ୍ତି । ଆମେ ଭୟଭିତ ନୁହେଁ ଏବଂ ଯେ କୌଣସି ଘଟଣାର ସାମ୍ନା କରିବାକୁ ପ୍ର୍ରସ୍ତୁତ ଅଛୁ । ଉକ୍ତ ଦୁଇ ଭାଇଙ୍କ ପିତା କୁହନ୍ତି ଲଦାଖ ସ୍କାଉଟ୍ସରେ ଆମର ଦୁଇ ପୁଅ ରହିଛନ୍ତି । ଆଜିକାଲି ଆମେ ତାଙ୍କ ସହ ସମ୍ପର୍କରେ ନାହୁଁ । ହେଲେ ମାତାପିତା ଭାବେ ଆମେ ଆଦୌ ଭୟ କରୁନାହିଁ । ଯଦି ଆମେ ଡରି ଯାଇଥାଆନ୍ତୁ ତେବେ ଆମେ ସେମାନଙ୍କୁ ସେନାକୁ ପଠାଇ ନ ଥାଆନ୍ତୁ । ସେମାନଙ୍କ ପିତା ଟି ଡରଜୋଇ କହିଛନ୍ତି ଯଦି ଆମେ ମୃତ୍ୟୁକୁ ଡରିଯିବା ତେବେ ଦେଶକୁ ସୁରକ୍ଷା ଦେବା କିପରି । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଲଦାଖବାସୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ । ହେଲେ ଉତ୍ତେଜନା ସମୟରେ କେବେ ନିରାଶ ହୋଇ ନାହୁଁ । ଟି ଡରଜୋଇ କୁହନ୍ତି ଏବେ ଆମେ ଆମର ତୃତୀୟ ପୁତ୍ରକୁ ସେନାରେ ଭର୍ତ୍ତି କରିବାକୁ ଚାହୁଁଛୁ । ଆଉ ସେଥିପାଇଁ ସେ ବେଶ୍ ଗର୍ବିତ ବୋଲି କହିଛନ୍ତି । ମୁଣ୍ଡ ଉଚ୍ଚ କରି ଚାଲୁଛନ୍ତି । ସବୁଠାରୁ ବଡ ଗର୍ବର କଥା ହେଉଛି ମୋ ପିଲାମାନେ ଚାଇନା ସହ ଲଢେଇ କରିବାକୁ ପ୍ରସ୍ତୁତ ଅଛନ୍ତି । ପିତା ଲଦାଖ ସ୍କାଉଟ୍ସରେ ଥିବା ପିଲାମାନଙ୍କର ସମର୍ଥନ କରିବା ସହ ପ୍ରଶଂସା କରିଛନ୍ତି । କେବଳ ଟି ଡରଜୋଇ କାହିଁକି ଆହୁରି ମଧ୍ୟ କେତେକ ପରିବାର ସେମାନଙ୍କ ପୁଅ, ଭାଇଙ୍କ୍‌ୁ ଦେଶ ସେବା କରିବାକୁ ପଠାଇ ଗର୍ବ ଅନୁଭବ କରନ୍ତି ବୋଲି କୁହନ୍ତି । ଲଦାଖର ପ୍ରାୟ ସମସ୍ତ ପରିବାର ସେମାନଙ୍କ ପୁତ୍ରକୁ ସେନାରେ ଭର୍ତ୍ତି କରି ଖୁସି ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ଲଦାଖ ସ୍କାଉଟ୍ସ ହେଉଛି ଭାରତୀୟ ସେନାର ସର୍ବ କନିଷ୍ଠ ପଦାତିକ ରେଜିମେଣ୍ଟ । ୧୯୯୯ରେ ଏହାର ନିଜସ୍ୱ କେନ୍ଦ୍ର ଓ ବାଟାଲିୟନ ସହ ଏକ ରେଜିମେଣ୍ଟର ମାନ୍ୟତା ଦିଆଯାଇଥିଲା । ୧ ଜୁନ୍ ୧୯୬୩ରେ ଜମ୍ମୁ-କଶ୍ମୀର ମିଲିସିଆର ସପ୍ତମ ଏବଂ ୧୪ତମ ବାଟାଲିୟନକୁ ଏକାଠି କରି ଲଦାଖ ସ୍କାଉଟ୍ସ ଗଠନ କରାଯାଇଥିଲା । ୧୯୭୧ରେ ଇଣ୍ଡୋ-ପାକ ଯୁଦ୍ଧ ସମୟରେ ଲଦାଖ ସ୍କାଉଟ୍ସ ଉତ୍ତର ସେକ୍ୱଟରରେ ଏକ ଚମତ୍କାର ଆକ୍ରମଣ କରିଥିଲା ଏବଂ ସେମାନଙ୍କ ଉତ୍କୃଷ୍ଟ ପଦର୍ଶନ ପାଇଁ ଯୁଦ୍ଧ ସମ୍ମାନ ‘ତୁର୍ତ୍ତୁକ’ ପାଇଥିଲା ।

 

Share