ଦୁର୍ଘଟଣା ବଦଳାଇଦେଲା ଜୀବନ। ପୂର୍ବରୁ ଯେଉଁ ଚେହେରାକୁ ନେଇ ଗର୍ବ କରୁଥିଲେ ଏବେ ସେହି ମୁହଁକୁ ଦେଖିଲେ ବିଶ୍ୱାସ ହେଉ ନାହିଁ। ଏଭଳି କିଛି ଘଟିଛି ଆୟରଲ୍ୟାଣ୍ଡର ଗ୍ରେନୀଙ୍କ ଜୀବନରେ।
ପ୍ରେମିକଙ୍କ ସହ କାର୍ରେ ଯାଉଥିବା ବେଳେ ଏକ ଦୁର୍ଘଟଣା ଘଟିଥିଲା। ଏଥିରେ ଗ୍ରେନୀଙ୍କ କପାଳରେ ବିଶେଷ ଆଘାତ ଲାଗିଥିଲା। ସେତେବେଳେ ତାଙ୍କ ବୟସ ୨୨ ବର୍ଷ ଥିବା ବେଳେ ଏବେ ସେ ୩୬ ବର୍ଷର ହେଲେଣି। ହେଲେ ଏଯାଏ ତାଙ୍କ କ୍ଷତର ଦୁଃଖ ଭରିନାହିଁ।
ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଗ୍ରେନୀଙ୍କ କପାଳ ଲହୁଲୁହାଣ ହୋଇଯାଇଥିଲା। ପରେ ବାଧ୍ୟ ହୋଇ ଡାକ୍ତରମାନେ ତାଙ୍କ କପାଳକୁ ବାହାର କରିଦେଇଥିଲେ। ତାଙ୍କ ଜୀବନ ବଞ୍ଚାଇବାକୁ ଏହା ହିଁ ଶେଷ ରାସ୍ତା ଥିଲା। ଏଥିରେ ସେ ସୁସ୍ଥ ହୋଇଯାଇଥିଲେ ହେଁ ସ୍ମରଣଶକ୍ତି ଉପରେ ପ୍ରଭାବ ପଡ଼ିଛି। ସେ କଥା ହେବା ସମୟରେ କିଛି ଶବ୍ଦ ଭୁଲିଯାଉଛନ୍ତି। ଫଳରେ ଅପରେଶନ ହେବାର ବର୍ଷ ବର୍ଷ ପରେ ମଧ୍ୟ ତାର ପ୍ରଭାବ ବଳବତ୍ତର ରହିଛି ବୋଲି ସେ କହିଛନ୍ତି।