ଜଙ୍ଗଲର ରାଜା ସିଂହକୁ ଦୁନିଆର ସବୁଠାରୁ ବିପଜ୍ଜନକ ପଶୁ ଭାବରେ ବିବେଚନା କରାଯାଏ। ସିଂହର କୌଣସି ପ୍ରାଣୀକୁ ସହଜରେ ଶିକାର କରିବାର କ୍ଷମତା ଅଛି। ମାତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଭିଡିଓରେ ଏକ ଛୋଟ ପଶୁ ଦ୍ୱାରା ସିଂହ, ପରାସ୍ତ ହୋଇଯାଉଛି। ସିଂହକୁ ଏକ ପଶୁ (ହନି ବାଡଗର) ହଇରାଣ କରୁଥିବା ଦେଖିବାକୁ ମିଳୁଛି।
ହନି ବାଡଗର ଦୁନିଆର ସବୁଠାରୁ ନିର୍ଭୀକ ପ୍ରାଣୀ। ଆକାରରେ ଛୋଟ ହୋଇଥିଲେ ମଧ୍ୟ ଏହି ମାଂସାହାରୀ ପଶୁ ଆକ୍ରମଣ କରିବା ସହ ନିଜର ରକ୍ଷା କରିଥାଏ। ଗିନିଜ ବୁକ୍ ଅଫ୍ ରେକର୍ଡସ ମଧ୍ୟ ହନି ବାଡଗରୁ ଦୁନିଆର ସବୁଠାରୁ ନିର୍ଭୀକ ପ୍ରାଣୀ ଭାବରେ ବର୍ଣ୍ଣନା କରିଛି। ଏହି ପ୍ରାଣୀମାନେ ଶିକାର କରିବାର କ୍ଷମତା ଅଛି।
ହନି ବାଡଗର ଏବଂ ସିଂହପଲଙ୍କ ଯୁଦ୍ଧର ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ, ଆକାର ଛୋଟ ହୋଇଥିଲେ ହେଁ ହନି ବାଡଗର୍ ସିଂହପଲ ସହିତ ମୁହାଁମୁହିଁ ହୋଇ ସେମାନଙ୍କୁ ପଛକୁ ଠେଲି ଦେଉଛି।
Pride of the lions pride taken to dust😳
The honey badger is known for its strength, ferocity and toughness. It is known to savagely and fearlessly attack almost any other species when escape is impossible, reportedly even repelling much larger predators such as lion and hyena. pic.twitter.com/7iyz0hPHxN
— Susanta Nanda (@susantananda3) August 6, 2020