କରୋନା ସମୟରେ ଅନେକ ଘଟଣା ଶୁଣିବାକୁ ମିଳିଛି। ଅନେକ ଲୋକଙ୍କର କାମଧନ୍ଦା ବନ୍ଦ ହୋଇଯାଇଛି ତ ଆଉ କେହି ଶହରରୁ ଜୀବିବା ହରାଇ ଗାଁକୁ ଚାଲିଆସିଛନ୍ତି। ଅଧିକାଂଶ ଲୋକେ ନିଜ ଆତ୍ମୀୟଙ୍କୁ ମଧ୍ୟ ହରାଇବାର ଦୁଃଖ ସହିଛନ୍ତି। ଏହି ଖରାପ ସମୟରେ ଅନେକ ସାହାଯ୍ୟକାରୀ ଲୋକଙ୍କ କଥା ମଧ୍ୟ ଆମେ ଶୁଣିଛୁ। ସେମିତି ଜଣେ ବ୍ୟକ୍ତି ହେଲେ ଆସାମର ଦରାଜ ଗାଁର ୪୩ ବର୍ଷୀୟ ରାମାନନ୍ଦ ସରକାର। ରାମାନନ୍ଦ ନିଜ ଜୀବନ ବିଷୟରେ ଚିନ୍ତା ନ କରି ଲୋକଙ୍କ ସାହାଯ୍ୟ କରିଚାଲିଛନ୍ତି। କରୋନାରେ ଆକ୍ରାନ୍ତ ମୃତ ଲୋକଙ୍କୁ କେହି ଛୁଉଁ ନ ଥିବା ବେଳେ ରାମାନନ୍ଦ ପ୍ରାୟ ୪ଶହ ଲୋକଙ୍କ ଅନ୍ତିମ ସଂସ୍କାର କରି ସାରିଲେଣି। ଏହି ସମସ୍ତ ଲୋକଙ୍କ ମୃତ୍ୟୁ କରୋନାରେ ହୋଇଥିଲା।
୨ ବର୍ଷ ପୂର୍ବେ ରାମାନନ୍ଦଙ୍କୁ ଏକ ଶ୍ମଶାନରେ ଚାକିରି ମିଳିଥିଲା। ଏଠାରେ ତାଙ୍କର କାମ ହେଉଛି ମୃତ ଲୋକଙ୍କର ଅନ୍ତିମ ସଂସ୍କାର କରାଇବା। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ମୃତ ବ୍ୟକ୍ତିଙ୍କ ସଂସ୍କାର କରିଚାଲିଛନ୍ତି।