ପ୍ରତ୍ୟେକ ବ୍ୟକ୍ତିଙ୍କର କୌଣସି ନା କୌଣସି ଜିନିଷ ପ୍ରତି ସଉକ ରହିଥାଏ। କାହାର ନୃତ୍ୟ ପ୍ରତି ତ ଆଉ କାହାର ସଂଗୀତ ପ୍ରତି। ଆଉ ସେଇ ସଉକ ପାଇଁ ଜଣେ ଜଣେ ପାଗଳ ପ୍ରାୟ ହୋଇପଡ଼ନ୍ତି। ଏମିତି ଜଣେ ବ୍ୟକ୍ତି ହେଲେ କର୍ନାଟକର ବେଲଗାମରେ ରହୁଥିବା ରବି ହେଙ୍ଗଲ। ପେସାରେ ସେ ଜଣେ ଫଟୋଗ୍ରାଫର। ପ୍ରଟୋଗ୍ରାଫି ପ୍ରତି ପିଲାଟି ଦିନରୁ ରବିଙ୍କର ସଉକ ରହିଥିଲା। ଯେମିତି ସେ ବଡ଼ ହେଲେ ଏଥିପ୍ରତି ତାଙ୍କର ଦୁର୍ବଳତା ବଢ଼ିବାକୁ ଲାଗିଲା। ପ୍ରଟୋଗ୍ରାଫି ପ୍ରତି ତାଙ୍କର ଏତେମାତ୍ରାରେ ଦୁର୍ବଳତା ରହିଛି ଯେ, ସେ ନିଜ ଘରକୁ କ୍ୟାମେରା ଡିଜାଇନର ତିଆରି କରିଛନ୍ତି। ଦୂରରୁ ଏହି ଘରକୁ ଦେଖିଲେ ମନେହୁଏ ସତେଯେପରି ଗୋଟିଏ ବଡ଼ କ୍ୟାମେରା ରଖାଯାଇଛି। ଏମିତିକି ସେ ଘରର ନାମ ରଖିଛନ୍ତି ‘କ୍ଲିକ୍’। ଖାଲି ସେତିକି ନୁହେଁ ରବିଙ୍କ ୩ ପିଲାଙ୍କ ନାମ ଇପ୍ସୋନ, କାନୋନ ଏବଂ ନିକୋନ।