Categories: ଜାତୀୟ

ଉତ୍ତରାଖଣ୍ଡ ସରକାର ଗଠନ ନେଇ ଦିଲ୍ଲୀରେ ମାନସମନ୍ଥନ, ମୁଖ୍ୟମନ୍ତ୍ରୀ ରେସ୍‌ରେ ଧାମି ଆଗରେ

ଡେରାଡୁନ,୨୦ା୩: ଉତ୍ତରାଖଣ୍ଡ ସରକାର ଗଠନ ପାଇଁ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସୂଚନାନୁସାରେ ଭବିଷ୍ୟତର ମୁଖ୍ୟମନ୍ତ୍ରୀଙ୍କ ନାମ ସମ୍ପର୍କରେ ଦଳର ବରିଷ୍ଠ ନେତାମାନେ ଏହି ବୈଠକରେ ରାଜ୍ୟ ଭାଜପା ନେତାଙ୍କ ସହ ପରାମର୍ଶ କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଦଳର ଏହି ମାନସମନ୍ଥନରେ ଭାଜପାର ରାଜ୍ୟ ସଭାପତି ଜେ.ପି. ନଡ୍ଡା, ଉତ୍ତରପ୍ରଦେଶର କାର୍ଯ୍ୟର୍ନିବାହୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ରାଜ୍ୟ ସଭାପତି ମଦନ କୌଶିକ୍‌, ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ, ବରିଷ୍ଠ ନେତା ସତ୍ୟପାଲ ମହାରାଜ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଠାରୁ ବିଧାନସଭା ଦଳର ନେତାଙ୍କ ନାମ ଉପରେ ଆଲୋଚନା କରାଯାଇଛି।

Share