ଚନ୍ଦନେଶ୍ୱର ମହାଦେବଙ୍କ ନୀଳପର୍ବରେ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୧୧ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ମହାଦେବଙ୍କର ବିଶ୍ୱ ପ୍ରସିଦ୍ଧ ଚଡ଼କମେଳାର ଗୁରୁବାର ମହାନୀଳ ଉତ୍ସବ। ଏହି ମହାନୀଳ ଉତ୍ସବରେ ଓଡ଼ିଶା ସମେତ ଭିନ୍ନ ରାଜ୍ୟରୁ ଅସଂଖ୍ୟ ଶୈବଭକ୍ତଙ୍କ ଆଗମନରେ ଜୀଉଙ୍କ ପୀଠ ଜନସମୁଦ୍ରରେ ପରିଣତ ହୋଇଛି। ଆଜି ନିଶିବସାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ ହୁଗୁଳି ଗ୍ରାମର କୂଳ ପାଉ ନ ଥିବା ଜଳଯନ୍ତ୍ର ଦେବତାଙ୍କଠାରେ ଡାଲାରେ ଫୁଲ, ଚନ୍ଦନ, ବେଲପତ୍ର, ଭୋଗ, ପଇଡ଼, ଧୂପଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ। ଅଧିଆ ପଡ଼ିଥିବା ସହସ୍ରାଧିକ ମାନସିକ ମହିଳା ଜୀଉଙ୍କୁ ଆରାଧନା କରି ପୁଣ୍ୟ ଫଳ ପାଇ ଖୁସି ମନରେ ପୂଜାର୍ଚ୍ଚନା କରୁଛନ୍ତି। ଅପରାହ୍ନରେ ଜୀଉଙ୍କ ନୀଳ ପୋଖରୀରେ ୨ଟି ଥୁମ୍ବିକାଠ ଉତ୍ତୋଳନ ଅପୂର୍ବ ଦୃଶ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଶେଷରେ ଜୀଉଙ୍କ ୧୬ ପ୍ରକାର ବାଦ୍ୟ ସହ ଦଣ୍ଡ ନୃତ୍ୟ ଓ ରାତିରେ ଚିତ୍ତାକର୍ଷକ ଆତସବାଜି ଦର୍ଶକଙ୍କୁ ମନମୁଗ୍ଧ କରିଥିଲା।

Share