Categories: ଜାତୀୟ

ଅପରାହ୍ନରେ କଂଗ୍ରେସ ବିଧାୟକଙ୍କ ବୈଠକ

ଶିମଲା,୯।୧୨: ହିମାଚଳ ପ୍ରଦେଶରେ ଭାଜପାକୁ ହରାଇ ପୁଣି ୫ ବର୍ଷ ପରେ କ୍ଷମତାକୁ ଆସିଛି କଂଗ୍ରେସ। ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିବାକୁ ଯାଉଛି। ରାଜ୍ୟର ୬୮ ସିଟ୍‌ରୁ କଂଗ୍ରେସ ୪୦ଟି ଆସନ ଜିତିଥିବା ବେଳେ ଭାଜପା ୨୫ ଏବଂ ନିର୍ଦ୍ଦଳୀୟଙ୍କ ସପକ୍ଷରେ ୩ଟି ଆସନ ଯାଇଛି। ତେବେ ହିମାଚଳ ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ମୁହଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ନୂଆ ସରକାର ଗଠନକୁ ନେଇ କଂଗ୍ରେସ ଶୁକ୍ରବାର ଅପରାହ୍ନ ୩ଟାରେ ଶିମଲା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ନବନିର୍ବାଚିତ ବିଧାୟକଙ୍କ ବୈଠକ ଡାକିଛି। ଏଥିରେ ହିମାଚଳ କଂଗ୍ରେସର ଦାୟିତ୍ୱରେ ଥିବା ରାଜୀବ ଶୁକ୍ଲା ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡା ବୈଠକରେ ସାମିଲ ହେବେ। ଏହି ବୈଠକରେ ନୂଆ ସରକାର ଗଠନ ଏବଂ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି।

Share