Categories: ଜାତୀୟ

ଖାର୍ଗେଙ୍କ ବାସଭବନରେ ବିରୋଧୀ ଦଳର ବୈଠକ, ସଂସଦର ସ୍ବତନ୍ତ୍ର ଅଧିବେଶନ ସମେତ ଏହି ପ୍ରସଙ୍ଗ ଉପରେ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ, ୬।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସମ୍ପର୍କରେ ବିରୋଧୀଦଳ ନେତାମାନେ ପୁଣି ଥରେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡାରେ ସ୍ବଚ୍ଛତା ବଜାୟ ରଖିବାକୁ ବିରୋଧୀଦଳ ନେତାମାନେ ଦାବି କରିଛନ୍ତି। ଦେଶକୁ ଅନ୍ଧକାରରେ ରଖିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି। ଯଦି କଂଗ୍ରେସ ସୂତ୍ରକୁ ବିଶ୍ୱାସ କରାଯାଏ, ପୂର୍ବତନକଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ସ୍ବତନ୍ତ୍ର ଅଧିବେଶନରେ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିବେ। ସୂଚନାଯୋଗ୍ୟ ଯେ, ରାଜ୍ୟ ସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇସାରିଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ତାଙ୍କ ବାସଭବନରେ ବିରୋଧୀ ଦଳର ନେତାଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଥଲେ। ଏହି ସମୟରେ ବିରୋଧୀ ଦଳର ନେତାମାନେ ସଂସଦର ସ୍ବତନ୍ତ୍ର ଅଧିବେଶନର ରଣନୀତି ଉପରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଆଦାନୀ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ବୈଠକରେ ‘ଇଣ୍ଡିଆ’ର ଚତୁର୍ଥ ବୈଠକ ଭୋପାଳରେ ଆୟୋଜିତ କରିବା ଉପରେ ଆଲୋଚନା ହୋଇଛି।

Share