ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ: ଚାଲିଛି ମାନସ ମନ୍ଥନ

ଭୁବନେଶ୍ୱର,୭।୧୦: ବସ୍‌ ଧର୍ମଘଟ ପ୍ରତିହତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ବସିଛି। ପରିବହନ ମନ୍ତ୍ରୀଙ୍କ ବାସଭବନରେ ଘରୋଇ ବସ୍‌ ମାଲିକ ସଂଘର ବୈଠକ ହୋଇଛି। ସନ୍ଧ୍ୟା ୭ଟାରୁ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ ବନ୍ଦ ଡାକରା ଦେଇଛି। ପୂର୍ବରୁ ସମାଧାନ ପାଇଁ ବୈଠକରେ ମାନସ ମନ୍ଥନ ଚାଲିଛି।ଲକ୍ଷ୍ମୀ ବସ ଚଳାଚଳକୁ ଘରୋଇ ବସ ମାଲିକ ସଂଘର ବିରୋଧ କରୁଛି।

ଲକ୍ଷ୍ମୀ ବସ୍‌ ଚଳାଚଳକୁ ନେଇ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ସା ୬ଟାରୁ ୨୪ ଘଣ୍ଟିଆ ବସ୍‌ ଚଳାଚଳ ବନ୍ଦ ରଖିବା ଲାଗି ଡାକରା ଦିଆଯାଇ ଥିବାବେଳେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଏ ସମ୍ପର୍କରେ ଆଲୋଚନା କରିବା ଲାଗି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ସକାଳୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ବସ୍‌ ମାଲିକ ସଂଘକୁ ଡକାଯାଇଛି। ୧୪ ଜିଲାର ୨୫ ଘରୋଇ ବସ୍‌ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବେ ବୋଲି ଘୋଷଣା କରିସାରିଛନ୍ତି। ହେଲେ ମନ୍ତ୍ରୀଙ୍କ ତରଫରୁ ବୈଠକ ପରେ କଳାହାଣ୍ଡି ଘରୋଇ ବସ୍‌ ମାଲିକ ସଂଘ ସଭାପତି ପ୍ରବୋଧ କୁମାର ରଥ କହିଛନ୍ତି, ସୋମବାର ସକାଳ ୯ଟା ସମୟରେ ବ୍ରହ୍ମପୁରଠାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସହିତ ବୈଠକ ରହିଛି। ବୈଠକ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେଣୁ ମନ୍ତ୍ରୀଙ୍କ ସହିତ ବୈଠକ ପରେ ଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏକପ୍ରକାର ଜଣାପଡ଼ିଛି।
ବସ୍‌ ମାଲିକ ସଂଘ ପୂର୍ବରୁ ଅଭିଯୋଗ କରିଥିଲେ ଯେ, ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର-୧ ଅର୍ଥାତ୍‌ ଗ୍ରାମପଞ୍ଚାୟତରୁ ବ୍ଲକ୍‌ ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚାଲିଥିଲା। ପ୍ରତିବାଦ ପରେ ଏହା କିଛି ଦିନ ବନ୍ଦ ରହିଥିଲା। ତେବେ ପୁଣି ଟାୟାର-୨ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ୍‌ ମାଲିକ ସଂଘ ପ୍ରତିବାଦ କରିଥିଲେ। ହେଲେ ନିର୍ବାଚନ ଯୋଗୁ ତାହା ସ୍ଥଗିତ ରହିଥିଲା। ବର୍ତ୍ତମାନ ସରକାର ବଦଳିଛି, ହେଲେ ପୂର୍ବ ସରକାରଙ୍କ ଯୋଜନା ବଦଳିନି ବୋଲି ବସ୍‌ ମାଲିକ ସଂଘ କହିଛନ୍ତି। ଏନେଇ ପରିବହନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସନ୍ନଙ୍କୁ କାଉଣ୍ଟର କଲେ ସମୀର, କହିଲେ ଏବେ ବି ବିଜେଡି ମଧ୍ୟରେ…

ଭୁବନେଶ୍ୱର,୭ା୧୦: ବିଜେଡିର ବରିଷ୍ଠ ନେତା ତଥା ରେଢ଼ାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତି। ଏନେଇ...

ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରି ଭୁସି ହତ୍ୟା

ସୁନ୍ଦରଗଡ଼,୭।୧୦(ଜୟନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଆଜି ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ର ୧ ଟଙ୍କା, ୯ ତାରିଖରେ କେଉଁମାନଙ୍କୁ ମିଳିବ ଜାଣି ରଖନ୍ତୁ…

ଭୁବନେଶ୍ୱର,୭ା୧୦: ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ୧ ଟଙ୍କା ସୋମବାର ବ୍ୟାଙ୍କ ଖାତାକୁ ଆସିବ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡ଼ା।...

ବିଲ୍‌ କରାଇ ଦେବା ପାଇଁ ଠିକାଦାରଙ୍କୁ ପିସି ମାଗି ଫସିଲେ ଯନ୍ତ୍ରୀ

ତିର୍ତ୍ତୋଲ,୭ା୧୦(ଗୌରାଙ୍ଗ ସ୍ବାଇଁ): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ୭ ଲକ୍ଷ ଟଙ୍କାର ଏକ ରାସ୍ତା କାମର ବିଲ୍‌ କରାଇ ଦେବା ଲାଗି...

ପାର୍ବଣରେ ଗଡ଼ିବ ବସ୍‌ : ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଲେ….

ଭୁବନେଶ୍ୱର,୭।୧୦: ଆଉ ହେବନି ବସ୍‌ ଧର୍ମଘଟ। ସୋମବାର ସନ୍ଧ୍ୟାରୁ ହେବାକୁ ଥିବା ବସ ଧର୍ମଘଟ ପ୍ରତ୍ୟାହୃତ କରିନେଲେ ଘରୋଇ ବସ୍‌ ମାଲିକ ସଂଘ। ଦକ୍ଷିଣ ଓ...

OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ, ତ୍ରୁଟି ଅଭିଯୋଗ ଆଣି ଅଧିକାରୀଙ୍କ…

ଭୁବନେଶ୍ୱର,୭ା୧୦: OSSSC ବିରୋଧରେ ଏକାଠି ହୋଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ। ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ପରୀକ୍ଷାର୍ଥୀ ଏକଜୁଟ୍‌ ହୋଇ ବିକ୍ଷୋଭ ପ୍ରଦର୍ଶନ...

ଉପକୂଳରେ ପ୍ରବଳ ବର୍ଷା: ୩ ଘଣ୍ଟା ପର୍ଯ୍ୟନ୍ତ ନିର୍ଧୂମ ଛେଚିବ

ଭୁବନେଶ୍ୱର,୭।୧୦: ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଉପକୂଳର ଓଡ଼ିଶାର ୭ ଜିଲାକୁ ସତର୍କ ସୂଚନା ଜାରି ହୋଇଛି। ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri