ମହାଶିବରାତ୍ରୀ ନେଇ ସରିଲା ବୈଠକ: ଜାଣନ୍ତୁ କେତେଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨୦।୨: ଆସୁଛି ଜାଗର। ଏନେଇ ସଜେଇ ହେଲାଣି ଶୈବପୀଠ। ତେବେ ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପ୍ରସ୍ତୁତି ନେଇ ମଙ୍ଗଳବାର ସରିଛି ପ୍ରଥମ ବୈଠକ। ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମନ୍ଦିର ପ୍ରଶାସନ ସହ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା , ପାଲିଙ୍କିଆ ନିଯୋଗ ଉପସ୍ଥିତ ଥିଲେ। ଏଥିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ନିର୍ଦ୍ଦିଷ୍ଟ ସମୟରେ ପୂଜା ରୀତିନୀତି ସରିବ ଏବଂ ରାତି ୧୦ରୁ ସାଢ଼େ ୧୦ଟା ମଧ୍ୟରେ ମହାଦୀପ ଉଠିବ ।

ସୂଚନାଥାଉ କି, ଗତବର୍ଷ ନୀତିକାନ୍ତିରେ ଦୁଇ ଘଣ୍ଟା ବିଳମ୍ବ ଯୋଗୁ ମହାଦୀପ ଉଠିବାରେ ବିଳମ୍ବ ହୋଇଥିଲା । ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଥିଲେ ବି ରାତି ୧ଟାରେ ମହାଦୀପ ଉଠିଥିଲା। ତେଣୁ ଏଥର ଯେପରି ବିଳମ୍ବ ନହେବ ସେନେଇ ବୈଠକରେ ଆଲୋଚନା ହୋଇଛି।

 

Share