Categories: ଜାତୀୟ

ବାହାରିଲା ନାହିଁ କୌଣସି ସମାଧାନ: କୃଷି ଆଇନକୁ ନେଇ ପୁଣିଥରେ ୧୯ ଜାନୁୟାରୀରେ ହେବ ବୈଠକ

ନୂଆଦିଲ୍ଲୀ,୧୫ ।୧: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା କୃଷକଙ୍କ ସହ ଶୁକ୍ରବାର କେନ୍ଦ୍ର ସରକାର ୯ମ ଥର ପାଇଁ ଆଲୋଚନା କରିଥିଲେ । ହେଲେ ଏଥର ବି ଏହାର କୌଣସି ସମାଧାନ ବାହାରି ନ ଥିବା ଜଣାପଡିଛି । କୃଷକ ନେତା କୃଷି ଆଇନକୁ ଫେରାଇ ନେବା ଦାବି କରୁଥିବା ବେଳେ ସରକାର ଏଥିରେ ରାଜି ନାହାନ୍ତି । ଏହାସହ କୃଷକ ନେତାଙ୍କ ଦାବି ରହିଛି ଲିଖିତ ପ୍ରତିଶ୍ରୁତି ଏଥିରେ ମଧ୍ୟ ସରକାର ରାଜି ନ ଥିବା କୁହାଯାଉଛି । ତେବେ ପ୍ରତିଥର ପରି ଏଥର ମଧ୍ୟ ବୈଠକ ଫଳଶୂନ୍ୟ ରହିଲା ବୋଲି କୃଷକ ନେତା କହିଛନ୍ତି । କୁହାଯାଉଛି କି ଗୋଟିଏ ପଟେ ସରକାର ଜିଦ୍‌ରେ ଅଟଳ ରହିଥିବା ବେଳେ କୃଷକ ନେତା ବି ସେମାନଙ୍କ ଜିଦ୍‌ରେ ଅଟଳ ରହିଛନ୍ତି । ଏହାର ପରବର୍ତ୍ତି ବୈଠକ ଆସନ୍ତା ୧୯ ତାରିଖରେ ହେବ ।

Share