ନୂଆଦିଲ୍ଲୀ,୩୦।୮: କରୋନା ସମୟରେ ଦେଶରେ ସବୁ ମହୋତ୍ସବ ଫିକା ପଡିଯାଇଛି। ମାସ ମାସ ଧରି ଠପ୍ ହୋଇଯାଇଛି ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ। ଧୀରେ ଧୀରେ ସବୁକିଛି ସାଧାରଣ ହେବାକୁ ଲାଗିଛି। ଏବେ ରାମଲୀଳା ମଞ୍ଚସ୍ଥ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରବିବାର ଅଯୋଧ୍ୟା ରାମଲୀଳା କମିଟିର କାର୍ଯ୍ୟାଳୟର ଅଧିକାରୀମାନେ ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାର ମୁଖ୍ୟ ପରାମର୍ଶଦାତା, ବରିଷ୍ଠ ଭାଜପା ନେତା ତଥା ଏମ୍ପି ପ୍ରଭେଶ ଭର୍ମା କହିଛନ୍ତି ଯେ ଏହି ରାମଲୀଳା ଷ୍ଟେଜ ସବୁଠାରୁ ସୁନ୍ଦର ହେବ। ରାମଲୀଳାରେ ଏମ୍ପି ତଥା ଚଳଚ୍ଚିତ୍ର ତାରକା ମନୋଜ ତିୱାରୀ ଅଙ୍ଗଦ ଏବଂ ଗୋରଖପୁର ଏମ୍ପି ତଥା ଚଳଚ୍ଚିତ୍ର ତାରକା ରବି କିଶନ ଭରତ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ର ତାରକା ବିନ୍ଦୁ ଦାରା ସିଂ ହନୁମାନ ଜୀ, ଚଳଚ୍ଚିତ୍ର ତାରକା ଅଶ୍ରାନୀ ନାରଦ ମୁନି, ଫିଲ୍ମ ଷ୍ଟାର ରଜା ମୁରାଦ ଅହିରାବଣ, ଚଳଚ୍ଚିତ୍ର ତାରକା ଶାହବାଜ ଖାନ ରାବଣ ଭୂମିକାରେ ନଜର ଆସିବେ। ସେହିପରି ଅବତାର ଗିଲ ଏବଂ ରାଜେଶ ପୁରୀଙ୍କ ଭଳି ଅନେକ ବଡ ଚଳଚ୍ଚିତ୍ର ତାରକା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ମଧ୍ୟ ନଜର ଆସିବେ।