Categories: ଜାତୀୟ

ମିଶନ ୨୪: ହାଇଦ୍ରାବାଦରେ ୧୧ଟି ରାଜ୍ୟର ଭାଜପା ସଭାପତିଙ୍କ ସହ ବୈଠକ

ହାଇଦ୍ରାବାଦ,୯।୭:ଆଗାମୀ ୨୪ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଭାଜପା। ଘନଘନ ବୈଠକ ସହ ଚାଲିଛି ସମରସଜ୍ଜା। ରବିବାର ହାଇଦ୍ରାବାଦର ଭାଜପା ମୁଖ୍ୟାଳୟରେ ୧୧ ଟି ରାଜ୍ୟର ଭାଜପା ସଭାପତିଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଅଧ୍ୟକ୍ଷତା କରିବେ। ବୈଠକରେ ଭାଜପାର ତେଲେଙ୍ଗାନା ସଭାପତିି ଜି କିଶାନ ରେଡ୍ଡୀ, ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ବନ୍ଦିି ସଞ୍ଜୟ କୁମାର ଏବଂ ନିର୍ବାଚନ ପ୍ରଭାରୀ ପ୍ରକାଶ ଜାଭଡେକର ବୈଠକରେ ଉପସ୍ଥିତ ରହିବେ। ଏଥିସହ ଜାତୀୟ ସାଧାରଣ ସମ୍ପାଦକ ତଥା ର୍ନିବାଚନ ପ୍ରଭାରୀ ସୁନୀଲ ବନସାଲ, ସାଧାରଣ ସମ୍ପାଦକ ତଥା ତେଲେଙ୍ଗାନା ପ୍ରଭାରୀ ତରୁଣ ଚୁଧ ଏବଂ ବିବେକ ମେନନ ପରି ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ।

ଚଳିତ ବର୍ଷ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ସହ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ। ଦକ୍ଷିଣ ରାଜ୍ୟ ସମେତ ଅନ୍ୟ ୧୧ ଟି ରାଜ୍ୟର ଭାଜପା ସଭାପତିଙ୍କ ସହ ନଡ୍ଡା ସାକ୍ଷାତ କରିବେ। ଏଠାରେ କହି ରଖୁଛୁ, ଦକ୍ଷିଣ ରାଜ୍ୟରେ କ୍ଷମତା ହାସଲ କରିବା ପାଇଁ ଭାଜପା ତେଲେଙ୍ଗାନାକୁ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି। ତେଣୁ ହାଇଦ୍ରାବାଦରେ ବୈଠକ କରିବାକୁ ନିଷ୍ପତ୍ତି ନେଇଛି।

Share