ମେଟଲ୍‌ ମିଟ୍‌-୨୦୨୩: ଗ୍ରାଣ୍ଡ୍‌ ଫିନାଲେ ଆରମ୍ଭ

ଭୁବନେଶ୍ୱର,୬ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦ୍ୱିତୀୟ ତଥା ଅନ୍ତିମ ଦିବସର ରାଜ୍ୟସ୍ତରୀୟ କୁଇଜ୍‌ ଇଭେଣ୍ଟ୍‌ ‘ମେଟଲ ମିଟ୍‌-୨୦୨୩’ର ଗ୍ରାଣ୍ଡ୍‌ ଫିନାଲେ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ରବିବାର ଆରମ୍ଭ ହୋଇଛି। ଗ୍ରାଣ୍ଡ୍‌ ଫିନାଲେରେ ଜୁନିୟର ଓ ସିନିୟର ବିଭାଗର ମୋଟ୍‌- ୧୬ଟି ଟିମ୍‌ ଭାଗ ନେଇଛନ୍ତି। ପ୍ରଥମେ ଜୁନିୟର ବିଭାଗର ଟପ୍‌-୮ଟି ଟିମ୍‌ ଫିନାଲେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି।

କୁଇଜ ମାଷ୍ଟର ଅଜୟ ପୁନିଆ ପ୍ରଥମ ରାଉଣ୍ଡ ପ୍ରଶ୍ନୋତ୍ତର ଆରମ୍ଭ କରିଥିବା ବେଳେ ଓଡ଼ିଶାପୋଷ୍ଟ ଏବଂ ଧରିତ୍ରୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସମ୍ପାଦକ ତଥାଗତ ସତପଥୀ  ଫାଇନାଲ ପାଇଁ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଟପ୍‌ ୮ ଜୁନିୟର ଟିମ୍‌

ଓଡିଏମ୍‌ ପବ୍ଲିକ୍‌ ସ୍କୁଲ, ଭୁବନେଶ୍ୱର
ବ୍ଲେସ୍‌ଡ ସାକ୍ରାମେଣ୍ଟ ହାଇସ୍କୁଲ, ପୁରୀ
ଲୟୋଲା ସ୍କୁଲ, ଭୁବନେଶ୍ୱର
ଡିଏଭି ପବ୍ଲିକ ସ୍କୁଲ, ସିଡିଏ, କଟକ
ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ, ଭୁବନେଶ୍ୱର
ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗ ନଗର, ଭୁବନେଶ୍ୱର
ଦିଲ୍ଲୀ ପବ୍ଲିକ ସ୍କୁଲ, ରାଉରକେଲା
ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ, ଭୁବନେଶ୍ୱର

ଟପ୍‌ ୮ ସିନିୟର ଟିମ୍‌

ଏମ୍ସ, ଭୁବନେଶ୍ୱର
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, କଟକ
ଆଇଆଇଟି, ଭୁବନେଶ୍ୱର
ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ, କଟକ
ଏକ୍ସଆଇଏମ୍‌, ଭୁବନେଶ୍ୱର
ଏନ୍‌ଆଇଟି, ରାଉରକେଲା
ଭିମ୍‌ସାର୍‌, ବୁର୍ଲା
ନାଇଜର, ଜଟଣୀ

ଉଭୟ ବିଭାଗର ବିଜେତାଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଅନୁରୂପ ଭାବେ ପ୍ରଥମ ରନର୍ସ ଅପ୍‌ଙ୍କୁ ୫୦ହଜାର ଓ ଦ୍ୱିତୀୟ ରନର୍ସ ଅପ୍‌ଙ୍କୁ ୨୫ହଜାର ଟଙ୍କାର ଚେକ୍‌ ଦିଆଯିବ। ଗ୍ରାଣ୍ଡ୍‌ ଫିନାଲେର ଲାଇଭ୍‌ ଷ୍ଟ୍ରିମିଂକୁ ‘ଓଡ଼ିଶା ପୋଷ୍ଟ ଲାଇଭ୍‌’ ଏବଂ ‘ମେଟାଲ୍‌ ମିଟ୍‌’ର ୟୁଟ୍ୟୁବ୍‌ ଓ ଫେସ୍‌ବୁକ୍‌ ପେଜ୍‌ରେ ଦେଖିହେବ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଭାବେ ଓଏମ୍‌ସି , ଇଣ୍ଡିଆନ ଅଏଲ, ନାଲ୍‌କୋ, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର୍‌, ଏମ୍‌ସିଏଲ୍‌, ପାରାଦୀପ ଫସ୍‌ଫେଟ୍‌ ଲିମିଟେଡ୍‌, ଆର୍ସେଲର୍‌ ମିତ୍ତଲ୍‌ ନିପନ୍‌ ଷ୍ଟିଲ ଇଣ୍ଡିଆ, ବେଦାନ୍ତ, ରୁଚି ଫ୍ରୋଜିଟ୍‌, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଆଦିତ୍ୟ ବିର୍ଲା, ବାଜିରାଓ ଆଇଏଏସ୍‌ ଏକାଡେମୀ, ଏସ୍‌ବିଆଇ ଏବଂ ଆପ୍ଟି ପ୍ଲସ୍‌ ରହିଛନ୍ତି। ସେହିଭଳି କାର୍ଯ୍ୟକ୍ରମର ପାର୍ଟନର୍ସ ଭାବେ ଓମ୍‌ଫେଡ୍‌, ଧରିତ୍ରୀ, ଟିମ୍‌ ଏବଂ ୱିଫି ଇଣ୍ଟରନେଟ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର,୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ପୁଣି ବାଜି ମାରିନେଲା ଭୁବନେଶ୍ୱର: କେନ୍ଦ୍ର ସରକାର ଦେଲେ ”ସର୍ବଶ୍ରେଷ୍ଠ ଜନସାଧାରଣ ପରିବହନ ବ୍ୟବସ୍ଥା” ପୁରସ୍କାର

ଗାନ୍ଧିନଗର, ୨୭ା୧୦: ଗୁଜରାଟର ଗାନ୍ଧିନଗର ଠାରେ ତିନି ଦିନିଆ ୧୭ ତମ ସହରୀ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ: ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର, ୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ,...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri