ମେଟଲ୍‌ ମିଟ୍‌-୨୦୨୩: ଗ୍ରାଣ୍ଡ୍‌ ଫିନାଲେକୁ ଗଲେ ସିନିୟର ୮ ଟିମ୍‌

ଭୁବନେଶ୍ୱର,୫ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ବୌଦ୍ଧିକ ପ୍ରତିଯୋଗିତା ପାଇଁ ଏକ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ଯୋଗାଇଦେବା ଲକ୍ଷ୍ୟରେ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ମେଗା କୁଇଜ୍‌ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୨୩’ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଆୟୋଜିତ ହୋଇଛି। ଏହି ପ୍ରତିଯୋଗିତାର ସିନିୟର ବିଭାଗର ପ୍ରିଲିମ୍ସ ରାଉଣ୍ଡ ଇତିମଧ୍ୟରେ ଶେଷ ହୋଇଛି। ଏହି ବିଭାଗରେ ଶ୍ରେଷ୍ଠ ୮ ଟିମ୍‌ ଫିନାଲେ ଟିକେଟ୍‌ ପାଇଛନ୍ତି। ପ୍ରିଲିମ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଗ୍ରାଣ୍ଡ୍‌ ଫିନାଲେରେ ପ୍ରବେଶ କରିଛନ୍ତି ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଏସ୍‌ସିବି ମେଡିକାଲ କଲେଜ କଟକ, ଏନ୍‌ଏଲ୍‌ୟୁ କଟକ, ଏମ୍ସ ଭୁବନେଶ୍ୱର, ଭିମ୍‌ସାର ବୁର୍ଲା, ନାଇଜର ଖୋର୍ଦ୍ଧା।

ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଭାବେ ଓଏମ୍‌ସି, ଇଣ୍ଡିଆନ ଅଏଲ, ନାଲ୍‌କୋ, ଜିନ୍ଦଲ, ଏମ୍‌ସିଏଲ୍‌, ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ବେଦାନ୍ତ, ରୁଚି, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଆଦିତ୍ୟ ବିର୍ଲା, ବାଜିରାଓ ଆଇଏସ୍‌ ଏକାଡେମୀ, ଏସ୍‌ବିଆଇ, ଅପ୍ଟିପ୍ଲସ୍‌ ରହିଛନ୍ତି। କୁଇଜ୍‌ ମାଷ୍ଟର ଅଜୟ ପୁନିଆ ପ୍ରତିଯୋଗୀମାନଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ଶୋଭ୍‌ନା ମିଶ୍ର ମଞ୍ଚ ପରିଚାଳନା କରୁଛନ୍ତି।

Share