Categories: ଖେଳ

ଲାନିଙ୍ଗ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା

ନୂଆଦିଲ୍ଲୀ,୨।୩: ୨୦୨୩ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବ ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)। ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏହାର ଅଧିନାୟିକାଙ୍କ ନାମ ଘୋଷଣା କରିଛି। ଅଷ୍ଟ୍ରେଲିଆର ମେଗ୍‌ ଲାନିଙ୍ଗଙ୍କୁ ଫ୍ରାଞ୍ଚାଇଜ୍‌ ଏହାର ଅଧିନାୟିକା ଭାବେ ନିଯୁକ୍ତି ଦେଇଛି।

କହିରଖୁଛୁ, ନିକଟରେ ଲାନିଙ୍ଗଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାରେ ମହିଳା ଟି୨୦ ବିଶ୍ୱକପ୍‌ ଟାଇଟଲ ଜିତିଥିଲା। ରେକର୍ଡ ୬ଷ୍ଠ ଥର ଲାଗି ଦଳ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲେ। ଏବେ ଲାନିଙ୍ଗଙ୍କ ଉପରେ ଦିଲ୍ଲୀ ଟିମ୍‌କୁ ଡବ୍ଲ୍ୟୁପିଏଲ୍‌ ଚାମ୍ପିୟନ କରିବାର ଦାୟିତ୍ୱ ରହିବ।

Share