୭୭ତମ ସାଧୀନତା ଦିବସ ଉପଲକ୍ଷେ ଦି ଇକୋ ୱାରିୟର, ଗଞ୍ଜାମ ପକ୍ଷରୁ ମେଗା ରକ୍ତଦାନ ଶିବିର

ଗଞ୍ଜାମ,୧୫।୦୮: (ବିଦ୍ୟାଧର ସାହୁ ) ୭୭ତମ ସାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ସ୍ବେଛାସେବୀ ସଂଗଠନ ଇକୋ ୱାରିୟର ପରିବାର ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ସଭା ଗୃହଠାରେ ମଙ୍ଗଳବାର ଏକ ସଚ୍ଛୋକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାସିମ ୟୁନିଟ ହେଡ ଅଜୟ ଗୁପ୍ତା ସାମିଲ ହୋଇ ଉଦଘାଟନ କରିଥିଲେ । ରକ୍ତ ଦାନ ମହତଦାନ, ଜଣେ ଗରିବ ରୋଗୀର ଜୀବନ ବଞ୍ଚାଇବା ପାଇଁ ଏହାର ନିହାତି ଆବଶ୍ୟକ ରହିଛି ବୋଲି ସେ କହିବା ସହ ପ୍ରତିବର୍ଷ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଏହିପରି ମହତ କାର୍ଯ୍ୟରେ ସାମିଲ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ। ସମ୍ମାନିତ ଅତିଥି ରୂପେ ଫରେଷ୍ଟ ରେଞ୍ଜର ସିଦ୍ଧାର୍ଥ କୁମାର ସାହୁ, ଗ୍ରାସୀମ ଇଣ୍ଡଷ୍ଟ୍ରି ଏଚ ଆର ହେଡ଼ ନିରଜ ପଟ୍ଟନାୟକ , ଗ୍ରାସୀମ ଲୋକ ସମ୍ପର୍କ ସୂଚନା ଅଧିକାରୀ ପ୍ରବୀଣ କୁମାରଦାସ, ସୁସ୍ମିତା ବେହେରା, ମେନେଜର ନିକଲ ମହେଶ୍ୱରୀ, ଗଞ୍ଜାମ ଏନଏସି ଈଓ ଅଭିନାଶ ମିଶ୍ର, ପରିବେଶବିତ ଶଙ୍କର ନାରାୟଣ ଭେଜ ଯୋଗଦେଇ ରକ୍ତଦାତଙ୍କୁ ଉତ୍ସାହିତ କରିଥିଲେ l ୧୦୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହି ରକ୍ତଦାନ ଶିବିରକୁ ଈକୋ ୱାରିୟର ପରିବାରର ,ପ୍ରଭାତ ବିଶ୍ବାଳ,ସିମାଞ୍ଚଳ ଦାସ,ସନ୍ତୋଷ ତରାଇ, ଅଖିଳ ତରାଇ, ପ୍ରଣବ ପ୍ରଧାନ, ଗୁରୁନାଥ ରେଡ୍ଡୀ, ପ୍ରଭାତ ସାହୁ,ଦୁର୍ଯୋଧନ ରେଡ୍ଡୀ, ଅକ୍ଷୟ ପଲାଇ,କିରତ ରେଡ୍ଡୀ, କରୁଣାକର ରେଡ୍ଡୀ,ଟୁକୁନା ରେଡ୍ଡୀ, ତ୍ରିପତି ସାହୁ,ବଳରାମ ରେଡ୍ଡୀ, ସଂଜୟ ସୱାଇଁ, ସୁନିଲ ସେନାପତି, ଏମ.କ୍ରିଷ୍ଣା ଦୋରା, ଦିପୁ ପଲାଇ ଆଦି ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ ।

Share