Categories: ବାଣିଜ୍ୟ

ଡ୍ରିମ୍‌ସ ପଲିଟେକ୍‌ନିକର ମେଗା କ୍ୟାମ୍ପସ ଚୟନ

ଭୁବନେଶ୍ୱର,୬।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମସ ଗ୍ରୁପର ସହଯୋଗୀ ଅନୁଷ୍ଠାନ ଡ୍ରିମ୍‌ସ ପଲିଟେକନିକ ପକ୍ଷରୁ ନିକଟରେ ଏକ ମେଗା କ୍ୟାମ୍ପସ ଚୟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କ୍ୟାମ୍ପସ ଚୟନରେ ଡ୍ର୍ରିମ୍‌ସ ପଲିଟେକ୍‌ନିକର ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଦେଶର ବିଭିନ୍ନ ପ୍ରତିଷ୍ଠିତ ଉଦ୍ୟୋଗରେ ନିଯୁକ୍ତି ସୁଯୋଗ ପାଇଛନ୍ତି। ବିଶେଷ କରି ୨୦୨୩ ବ୍ୟାଚ୍‌ ପାଇଁ ଏହି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ମେକାନିକାଲ, ଇଲେକ୍ଟ୍ରିକାଲ, ସିଭିଲ, କମ୍ପ୍ୟୁଟର ସାଇନ୍ସ ଏବଂ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେଶନ ଇଂଜନିୟରିଂ ବିଭାଗର ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହ କ୍ୟାମ୍ପସ ଚୟନରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ଉକ୍ତ ସଫଳତା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଡ୍ରିମସ ସମୂହର ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ନିର୍ଦ୍ଦେଶିକା ଚିନ୍ମୟୀ ରଥ, ପଲିଟେକ୍‌ନିକ ନିର୍ଦ୍ଦେଶକ ଇଂ. ପ୍ରଦୀପ୍ତ ରଂଜନ ମହାନ୍ତି, ଅଧ୍ୟକ୍ଷା ଇଂ. ତପସ୍ବିନୀ ସାହୁ, ସିଡିସିର ନିର୍ଦ୍ଦେଶକ ରମାକାନ୍ତ କାସ୍ତା, ସହ ନିର୍ଦ୍ଦେଶକ ପ୍ରାଧ୍ୟାପକ ଜିତେନ୍ଦୁ ଶତପଥୀ, ପ୍ଲେସମେଣ୍ଟ ଅଧିକାରୀ ବୈଦ୍ୟନାଥ ସାମଲ ପ୍ରମୁଖ ଛାତ୍ରୀଛାତ୍ରଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। କ୍ୟାମ୍ପସ ନିଯୁକ୍ତିଦାତା ଉଦ୍ୟୋଗ ମଧ୍ୟରେ ଟାଟା ପାୱାର, ଉଇଣ୍ଡ ୱାର୍ଲଡ, ଉଇପ୍ରୋ, ଟାଟା ଷ୍ଟିଲ, ଟାଟା କନସଲଟିଂ ଇଞ୍ଜିନିୟର୍ସ, କ୍ୟୁମିନ୍‌ସ ଇଣ୍ଡିଆ, ଏଲ୍‌ ଆଣ୍ଡ ଟି, ରିଜେନ୍‌, ବଜାଜ ଅଟୋ ଓ ଜେଏସ୍‌ପିଏଲ ଭଳି ପ୍ରମୁଖ କମ୍ପାନୀ ସାମିଲ ହୋଇ କୃତୀ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ।

Share