Categories: ବାଣିଜ୍ୟ

ମେଗା ଗ୍ରାହକ ସଂଯୋଗୀକରଣ ଅଭିଯାନ

ଭୁବନେଶ୍ୱର,୧୨।୬: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ମେଗା ଗ୍ରାହକ ସଂଯୋଗୀକରଣ ଅଭିଯାନ ଭିତ୍ତିକ କାର୍ଯ୍ୟକ୍ରମ ଭୁବନେଶ୍ୱରର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୟୁବିଆଇର କେନ୍ଦ୍ରୀୟ କାର୍ଯ୍ୟାଳୟ ମୁମ୍ବାଇର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁବିଆଇ ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ମୁଖ୍ୟ ସର୍ଭେଶ ରଞ୍ଜନ, ଉପ-ଅଞ୍ଚଳ ମୁଖ୍ୟ ଆର.ଦେବରାଜ, ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ନିରଞ୍ଜନ ବାରିକଙ୍କ ସମେତ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ, ଏଲ୍‌ସିବି ଭୁବନେଶ୍ୱର, ଏମ୍‌ସିବି ଭୁବନେଶ୍ୱର, ଏମ୍‌ଏଲ୍‌ପି ଭୁବନେଶ୍ୱର, ଆର୍‌ଏଲ୍‌ପି ଭୁବନେଶ୍ୱରର ବହୁ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଶାଖାର ଗ୍ରାହକମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ବିଭିନ୍ନ ଯୋଜନା ଜରିଆରେ ୧୧୦ରୁ ଅଧିକ ଗ୍ରାହକଙ୍କୁ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ଶର୍ମା ବ୍ୟାଙ୍କରେ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଗ୍ରାହକମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହିତ ବ୍ୟାଙ୍କିଙ୍ଗ୍‌ ସେବାକୁ ଅଧିକ ପ୍ରଭାବଶାଳୀ କରିବାକୁ ସେ ଗ୍ରାହକମାନଙ୍କୁ ନିଜର ମତାମତ ପ୍ରଦାନ କରିବାକୁ କହିଥିଲେ। ଉଲ୍ଲେଖଯୋଗ୍ୟ, ଶର୍ମାଙ୍କ ଗସ୍ତ ଅବସରରେ ବ୍ୟାଙ୍କ ପକ୍ଷରୁ ଏକ ସ୍ବାସ୍ଥ୍ୟ ଏବଂ ଚକ୍ଷୁ ପରୀକ୍ଷା ଶିବିର ଉତ୍କଳ ହସ୍ପିଟାଲ ସହଯୋଗରେ ଆୟୋଜିତ ହୋଇଥିଲା। ସେହିଭଳି ୟୁବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲାକୁ ଏକ ବିକାଶନ୍ମୁଖୀ ଜିଲା ରୂପେ ଚୟନ କରାଯାଇଥିବା ଜଣାପଡିଛି।

 

Share