ଭୁବନେଶ୍ୱର,୧୦।୬: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଓଆଇ) ରାୟଗଡ଼ା କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ମେଗା ଗ୍ରାହକ ସଂଯୋଗୀକରଣ ଅଭିଯାନ ବ୍ୟାଙ୍କର ମହାପ୍ରବନ୍ଧକ ଜି.ଏନ୍.ଦାସ୍ ଏବଂ କ୍ଷେତ୍ରୀୟ ମୁଖ୍ୟ ତପନ ସାହୁଙ୍କ ଉପସ୍ଥିତିରେ ଜୟପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଶାଖାର ପୁରୁଣା ଏବଂ ନୂଆ ଗ୍ରାହକମାନଙ୍କୁ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଥିଲା। ପ୍ରାୟ ୧୨୦ ଜଣ ଗ୍ରାହକ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ୫୦ଟି ମଞ୍ଜୁରୀ ପତ୍ର ଗ୍ରାହକମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶାଖାର ମୂଲ୍ୟବାନ୍ ଗ୍ରାହକଙ୍କୁ ସମ୍ମାନିତ ସହ ବ୍ୟାଙ୍କକୁ ସେମାନଙ୍କର ନିରନ୍ତର ସହଯୋଗ ନିମନ୍ତେ ଅନୁରୋଧ କରାଯାଇଥିଲା। ଗ୍ରାହକମାନେ ସେମାନଙ୍କର ପରିବାର ଏବଂ ସାଙ୍ଗସାଥୀମାନଙ୍କ ରେଫରେନ୍ସ ପ୍ରଦାନ କରିବା ନିମନ୍ତେ ମଧ୍ୟ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଗ୍ରାହକମାନେ ସେମାନଙ୍କର ସଫଳତାର କାହାଣୀ ସମସ୍ତଙ୍କ ସହ ବାଣ୍ଟିଥିଲେ। ଉଲ୍ଲେଖଯୋଗ୍ୟ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ରାୟଗଡ଼ା କୋରାପୁଟ ଜିଲାକୁ ବିକାଶୋନ୍ମୁମୁଖୀ ଜିଲା ରୂପେ ଚୟନ କରିଛି ଏବଂ ଏହି ଜିଲାର ମାର୍କେଟ ଶେୟାର ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।